୩ ଲକ୍ଷ ଟଙ୍କାର ଜାଲ୍‍ ନୋଟ୍‍ ଓ ୫.୭ କିଲୋ ସୁନା ବିସ୍କୁଟ୍‍ ଜବତ

0

ଭୁବନେଶ୍ୱର: ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍‍ଆଇ) ପକ୍ଷରୁ ଖୋର୍ଦ୍ଧାରୋଡ ଜଙ୍କସନ୍‍ରେ ଜଣେ ଟ୍ରେନ୍‍ ଯାତ୍ରୀଙ୍କୁ ଯାଞ୍ଚ କରିବା ବେଳେ ତାଙ୍କଠାରୁ ୧୫୦ ଖଣ୍ଡ ୨୦୦୦ ଟଙ୍କା ଜାଲ୍‍ ନୋଟ୍‍ ମିଳିଥିଲା। ସମ୍ପୃକ୍ତ ଯାତ୍ରୀଙ୍କୁ ଡିଆର୍‍ଆଇ ଅଟକ ରଖି ପଚରାଉଚରା କରୁଛି। ସେହିପରି ଜାତୀୟ ରାଜପଥ ନଂ-୧୬ରେ ଚେନ୍ନଇରୁ କାଭାଳି ଯାଉଥିବା ଏକ କାର୍‍କୁ ନେଲର ଜିଲା ଭେଙ୍କଟଚଳମ ଟୋଲ୍‍ ପ୍ଲାଜା ନିକଟରେ ଡିଆର୍‍ଆଇ ସଦସ୍ୟମାନେ ଯାଞ୍ଚ କରିବା ବେଳେ ସେଥିରୁ ୫.୭ କିଲୋଗ୍ରାମ ଓଜନର ସୁନା ବିସ୍କୁଟ୍‍ ଜବତ କରିଛନ୍ତି। ଏହାର ମୂଲ୍ୟ ୧.୮୨ ଲକ୍ଷ ଟଙ୍କା ହେବ ବୋଲି ଡିଆର୍‍ଆଇ ସୂତ୍ରରୁ ଜଣାପଡିଛି। ଧରାପଡିଥିବା ଯାତ୍ରୀଙ୍କ ଘର ଝାଡଖଣ୍ଡର ସାହେବଗଞ୍ଜ ଜିଲା ଉଧୁଆ ନିକଟ ପାହଡଗଭ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ବାଂଲାଦେଶରୁ ଏହି ଜାଲ୍‍ ନୋଟ୍‍ ଆଣିଥିବା ଡିଆର୍‍ଆଇ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛି। ଜାଲ୍‍ନୋଟ୍‍ର କେନ୍ଦ୍ରସ୍ଥଳ ଭାବେ ଜଣାଶୁଣା ମାଲ୍‍ଦା ଜିଲାର ‘କାଳିଆଛକ’ରୁ ଏହି ଟଙ୍କାକୁ ସେ ଆଣିଥିଲା ବୋଲି ଡିଆର୍‍ଆଇ ପଚରାଉଚରା ବେଳେ ଜାଣିବାକୁ ପାଇଛି।

Leave A Reply