୧୮ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା : ଗଜପତି ଜିଲ୍ଲାଙ୍କୁ ଓଡିଶାର ଗଞ୍ଜେଇ ଚୋରା ବେପାରିଙ୍କ ଭୁସ୍ୱର୍ଗ କୁହାଯାଉଥିବା ବେଳେ। ଦିନକୁ ଦିନ ଗଞ୍ଜେଇ ବ୍ୟବସାୟ ବଢିବାରେ ଲାଗିଛି। ଏକ ମାସ ମଧ୍ୟରେ ମୋହନା ବ୍ଲକରେ ପ୍ରାୟ ୬୫୦ରୁ ଊର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୧୨୦ କୋଟିର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିବା ଅନୁମାନ କରାଯାଉଛି। ଅନ୍ୟ ୬ ଗୋଟି ବ୍ଲକରେ କେତେ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବ ତାହା ଜଣାପଡିନାହିଁ। ପୁଣି ଆଜି ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ବୁଡୁଣି ଗାଁ ନିକଟରୁ ଜଙ୍ଗଲ ଜମିରେ ୯୪ ଏକର ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯିବା ସହ ନିଆଁ ଲଗାଯାଇ ପୋଡି ନଷ୍ଟ କରି ଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୮ କୋଟି ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି। ଏହି ଗଞ୍ଜେଇ ନଷ୍ଟ ଅଭିଯାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ପୁଲିସ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀଙ୍କ ସମେତ ବନ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ।

kalyan agarbati

Comments are closed.