www.samajalive.in
Monday, December 15, 2025
16.1 C
Bhubaneswar

କମିଲା ‘ମୋ ବସ୍’ ଭଡା – କାମ କରୁନି ୱାଇ ଫାଇ କି ସ୍ୱୟଂଚାଳିତ ବ୍ୟବସ୍ଥା

ଭୁବନେଶ୍ବର: ମୋ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ଡିସେମ୍ବର ୧ରୁ କମ ଭଡା ଦେବେ। ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି)ର ଭଡା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ କମାଯିବା ନେଇ କ୍ରୁଟ (କ୍ୟାପିଟାଲ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଦିଆଯାଇଛି। ଏସି ବସ୍ ଗୁଡିକର ଭଡା ୩୮ ପ୍ରତିଶତ କମ କରାଯାଇଛି। ଏସି ବସରେ ଯାତ୍ରା ବେଳେ ଯାତ୍ରୀ ମାନଙ୍କୁ ଖୁଚୁରା ପଇସା ପାଇଁ ଆଉ ଚିନ୍ତିତ ହେବାକୁ ପଡିବ ନାହିଁ କାରଣ ଏସି ବସର ଭଡା ସାଧାରଣ ମୋ ବସ୍ ପରି ୫, ୧୦, ୧୫ ଓ ୨୦ ହିସାବରେ ନିଆଯିବ। ପ୍ରଥମ ୨ କିମି ପାଇଁ ଆଗରୁ ୮ଟଙ୍କା ପରିବର୍ତ୍ତେ ୫ ଟଙ୍କା ନିଆଯିବ ବୋଲି ସୂଚନା ମିଳିଛି।

ଏସି ବସରେ ପୂର୍ବରୁ ସର୍ବାଧିକ ୧୦୦ ଟଙ୍କା ନିଆଯାଉଥିବା ବେଳେ ବର୍ତ୍ତମାନ ତାହା ୭୦ ଟଙ୍କା ହେବ। ଭୁବନେଶ୍ବରରେ ଆଉ ୫୦ଟି ନୂଆ ମୋ ବସ୍ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୋ ବସର ଅଧିକାଂଶ ବସରେ ୱାଇ ଫାଇ ସେବା ଆଉ କାମ କରୁ ନାହିଁ। ବସ କର୍ମଚାରୀ କହୁଛନ୍ତି,’ଆମେ ଜାଣିନୁ’। ସେହିଭଳି ପ୍ରତ୍ୟେକ ଛକ ପୂର୍ବରୁ ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ରହଣି ସ୍ଥାନ ପ୍ରଚାର ମଧ୍ୟ ଏକ ପ୍ରକାର ଅଚଳ ହୋଇପଡିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories