www.samajalive.in
Monday, December 15, 2025
16.1 C
Bhubaneswar

ତଥାପି ବଞ୍ଚିଛି ସହୃଦୟତା – ଫେରି ପାଇଲେ ଏକ ଲକ୍ଷ ଟଙ୍କା

କଟକ: ଖୁଣ୍ଟୁଣିସ୍ଥିତ ଏସବିଆଇ ଏଟିଏମରେ ଛାଡି ଦେଇଥିବା ଏକ ଲକ୍ଷ ଟଙ୍କାକୁ ଫେରି ପାଇଛନ୍ତି ସିଏମ୍‌ଏସ୍‌ ଇନ୍‌ଫୋସିଷ୍ଟମ୍‌ କର୍ମଚାରୀ ସଞ୍ଜୟ ସ୍ବାଇଁ। ‘ସମାଜ’ କର୍ତ୍ତୃପକ୍ଷ ସହାୟତା କରିନଥିଲେ ଟଙ୍କା ସହିତ ତାଙ୍କୁ ଚାକିରି ବି ହରାଇବାକୁ ପଡିଥାନ୍ତା। ‘ସମାଜ’ ଯୋଗୁଁ ସେ ଟଙ୍କା ଫେରିପାଇଲେ ବୋଲି କୋହଭରା କଣ୍ଠରେ ସଞ୍ଜୟ କହିଛନ୍ତି। ଏଥିପାଇଁ ​ସେ ‘ସମାଜ’ କର୍ତ୍ତୃପକ୍ଷ ଓ ଟଙ୍କା ପାଇଥିବା ଅଶୋକଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ସୂଚନା ଅନୁଯାୟୀ, ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭରୁଥିବା ସଂସ୍ଥା ସିଏମ୍‌ଏସ୍‌ ଇନ୍‌ଫୋସିଷ୍ଟମ୍‌ରେ ଆଠଗଡ ଅଞ୍ଚଳର ସଞ୍ଜୟ କୁମାର ସ୍ବାଇଁ କାର୍ୟ୍ୟ କରନ୍ତି। ଗତ ୧୬ ତାରିଖରେ ସେ ବିଭିନ୍ନ ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭରିବା ପାଇଁ ତାଙ୍କର ଜଣେ ସହକର୍ମୀଙ୍କ ସହ ଯାଇଥିଲେ। ଖୁଣ୍ଟୁଣିସ୍ଥିତ ଉକ୍ତ ଏସବିଆଇ ଏଟିଏମ୍‌ରେ ସେ ୧୫ଲକ୍ଷ ଟଙ୍କା ଭରିଥିଲେ। ଭୁଲବଶତଃ ଉକ୍ତ ଏଟିଏମ ଭିତରେ ଏକ ଲକ୍ଷ ଟଙ୍କାର ଦୁଇଟି ୫୦୦ଟଙ୍କିଆ ବିଡା ଛାଡି ପଳାଇ ଆସିଥିଲେ। ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତିର ଅଶୋକକୁମାର ଖଟୁଆ ଉକ୍ତ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ସେଠାରେ ଦୁଇଟି ଟଙ୍କା ବିଡା ପଡିଥିବା ଦେଖି ଉଠାଇଥିଲେ। ଟଙ୍କା ପାଇବା ପରେ ଅଶୋକ ଲୋଭାସକ୍ତ ହୋଇନଥିଲେ, ବରଂ ସେ ଟଙ୍କା ହଜାଇଥିବା ବ୍ୟକ୍ତିକୁ ଫେରାଇବାକୁ ଉଦ୍ୟମ କରିଥିଲେ। ଅଶୋକ ସଙ୍ଗେ ସଙ୍ଗେ କଟକସ୍ଥିତ ‘ସମାଜ’ ମୁଖ୍ୟ କାର୍ୟ୍ୟାଳୟରେ ପହଞ୍ଚି ପାଇଥିବା ପାଇଥିବା ଏକ ଲକ୍ଷ ଟଙ୍କା ଜିମା ଦେଇଥିଲେ। ଉପଯୁକ୍ତ ବ୍ୟକ୍ତିଙ୍କୁ ଟଙ୍କା ପ୍ରଦାନ କରିବା ପାଇଁ ସେ ନିବେଦନ କରିଥିଲେ। ଅଶୋକ ଏକ ଏଟିଏମରୁ ଟଙ୍କା ପାଇଥିବା ନେଇ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ ଖବର ପାଇ ସଞ୍ଜୟ ‘ସମାଜ’ କାର୍ୟ୍ୟାଳୟରେ ପହଞ୍ଚିଥିଲେ।

ସଞ୍ଜୟ ଏଟିଏମ୍‌ରେ ଟଙ୍କା ଜମା କରିଥିବାର ସମସ୍ତ ପ୍ରମାଣ ପତ୍ର ଓ ସିସିଟିଭି ଫୁଟେଜ ‘ସମାଜ’ର ମାନବ ସମ୍ବଳ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁଙ୍କ ନିକଟରେ ଦାଖଲ କରିଥିଲେ। ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ସଞ୍ଜୟ ଏଟିଏମ୍‌ରେ ଟଙ୍କା ଭରିବା ସମୟରେ ୨ଟି ପାଞ୍ଚଶହ ଟଙ୍କିଆ ବିଡା ଭୁଲ ବଶତଃ ଛାଡି ଯାଇଥିବା ଜଣାପଡିଥିଲା। ‘ସମାଜ’ କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ କରିବା ପରେ ତାଙ୍କୁ ଏକଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories