www.samajalive.in
Monday, December 15, 2025
24.1 C
Bhubaneswar

ଆତଙ୍କବାଦ ମୁଳୋତ୍ପାଟନ ପଥ ଏବେ ଉନ୍ମୁକ୍ତ – ଶାହା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ଅତିରିକ୍ତ ଯବାନମାନଙ୍କୁ ପ୍ରତ୍ୟାହାର କରିନିଆଯାଇଛି। ସେ କହିଛନ୍ତି, ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ଯବାନମାନଙ୍କ ସଂଖ୍ୟା ୧୯୯୦ରେ ଯାହା ଥିଲା ବର୍ତ୍ତମାନ ତାହା ରହିଛି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଶାହା କହିଛନ୍ତି, ପାକିସ୍ତାନ ସେହି ଅଞ୍ଚଳର ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିଲା ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ଏବଂ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଥିଲା।

ସେ କହିଛନ୍ତି, ଯେପର୍ଯ୍ୟନ୍ତ ଧାରା ୩୭୦ର ଉଚ୍ଛେଦ ହୋଇନଥିଲା ସେ ପର୍ଯ୍ୟନ୍ତ କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ କରିବା ସମ୍ଭବ ନ ଥିଲା। କାଶ୍ମୀରରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ପାଇଁ ପଥ ଉନ୍ମୁକ୍ତ ହୋଇଯାଇଛି ବୋଲି ଶାହା କହିଛନ୍ତି। ସେ କହିଛନ୍ତି, ଭାରତ, ପାକିସ୍ତାନର କାର୍ଯ୍ୟକଳାପ ଅନୁସାରେ ଜବାବ ଦେବ ଓ ପାକିସ୍ତାନ ଯଦି ଶାନ୍ତି ଚାହେଁ ତେବେ ତାହାକୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରୁ ନିବୃତ୍ତ ରହିବାକୁ ପଡ଼ିବ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories