ଜାଣନ୍ତୁ, ସ୍ବାସ୍ଥ୍ୟ ପ୍ରତି କେତେ ଉପକାରୀ ପିଜୁଳି
ପ୍ରାୟ ଅଧିକାଂଶ ଲୋକ ପିଜୁଳି ଖାଇବାକୁ ଭଲ ପାଆନ୍ତି। ପିଜୁଳି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ମଧ୍ୟ ସେତିକି ଲାଭଦାୟକ। ଏହାର ଉପକାରୀ ଗୁଣ ବିଷୟରେ ହୁଏତ ଖୁବ୍ କମ୍ ଲୋକ ଅବଗତ ଥିବେ। ଏହା ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ। କେବଳ ଏତିକି ନୁହେଁ, ଆହୁରି ଅନେକ ସମସ୍ୟାରୁ ମୁକ୍ତି ଦେବାରେ ପିଜୁଳି ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପିଜୁଳିର ଉପକାରୀ ଗୁଣ ବିଷୟରେ –
-ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିବାରେ ପିଜୁଳି ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ ପିଜୁଳି ଖାଇଲେ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ।
-ପିଜୁଳିରେ ପ୍ରଚୁର ପରିମାଣରେ ଫାଇବର୍ ରହିଥାଏ। ଯାହାଫଳରେ ଏହାକୁ ଖାଇଲେ ମଧୁମେହ ହେବାର ସମ୍ଭାବନା କମ୍ ହୋଇଥାଏ।
-ପିଜୁଳିରେ ଲାଇକୋପିନ ନାମକ ଫାଇଟୋ ନ୍ୟୁଟ୍ରିଏଣ୍ଟସ ପ୍ରଚୁର ପରିମାଣରେ ରହିଥାଏ। ଯାହା କର୍କଟ ରୋଗର ଆଶଙ୍କା କମ୍ କରିଥାଏ।
-ପିଜୁଳି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଯଦ୍ବାରା ସାଧାରଣ ଥଣ୍ଡା, କାଶ ଆଦିର ସମ୍ଭାବନା କମ ହୋଇଯାଏ।
-ପିଜୁଳିର ପତ୍ରକୁ ବାଟି ସେଥିରେ କଳା ଲୁଣ ମିଶାଇ ସେବନ କଲେ ପେଟକାଟିବା ସମସ୍ୟା ଦୂର ହୋଇଥାଏ।
-ପିଜୁଳିରେ ବିଟା କ୍ୟାରୋଟିନ ନାମକ ଏକ ପୋଷକ ତତ୍ତ୍ୱ ରହିଛି ଯାହା ମୁହଁରେ ଦେଖାଦେଉଥିବା ଅନେକ ସମସ୍ୟା ଦୂର କରିଥାଏ।
-ପିଜୁଳି କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଖାଇବା ପୂର୍ବରୁ ପିଜୁଳି ଖାଇଲେ ଖାଦ୍ୟ ହଜମରେ କୌଣସି ଅସୁବିଧା ହେବନାହିଁ।
Comments are closed.