ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିବନି ନିସ୍ତାର, ଆତଙ୍କବାଦୀ ଦମନ ପାଇଁ ୩ ସେନାର ମିଳିତ ବାହିନୀ ମୁତୟନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ମିଳିତ ଆତଙ୍କବାଦୀ ଦମନ ଅଭିଯାନ ପାଇଁ ପଦାତିକବାହିନୀ ସହିତ ନୌବାହିନୀ ଓ ବାୟୁସେନାକୁ ମୁତୟନ କରିଛନ୍ତି। ତିନିବାହିନୀକୁ ନେଇ ସ୍ବତନ୍ତ୍ର ବାହିନୀ ‘ଆର୍ମଡ୍‌ ଫୋର୍ସେସ୍‌ ସ୍ପେସିଆଲ ଅପରେସନ୍ସ ଡିଭିଜନ୍‌’ ବା ‘ଆଫ୍‌ସଡ୍‌’ ଗଠନ କରାଯାଇଛି। ସ୍ବତନ୍ତ୍ର ସେନାକୁ ‘ପାରା’, ନୌସେନାକୁ ମେରାଇନ୍‌ କମାଣ୍ଡୋ ବା ମାର୍କସ୍‌ ଓ ବାୟୁସେନାକୁ ଗାର୍ଡ ସ୍ପେସିଆଲ ଫୋର୍ସ କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏହି ବାହିନୀ କାର୍ଯ୍ୟ କରିବ। ଶ୍ରୀନଗରଠାରେ ପାରା ମୁତୟନ ହୋଇଥିବାବେଳେ ମାର୍କସ୍‌ ଓ କାର୍ଡକୁ ଅନ୍ୟତ୍ର ଆତଙ୍କବାଦୀ ଦମନ କାର୍ଯ୍ୟରେ ନିୟୋଜିତ କରାଯିବା ଯୋଜନା ହୋଇଛି। ସମ୍ପ୍ରତି ୬ ଆତଙ୍କବାଦୀଙ୍କୁ ନିପାତ ଘଟଣାରେ ଗାର୍ଡ କମାଣ୍ଡୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

kalyan agarbati

Comments are closed.