www.samajalive.in
Tuesday, December 9, 2025
16.1 C
Bhubaneswar

ଡାକ୍ତରଖାନାରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ଇନ୍ଦୋର : ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରରେ କେନ୍ଦ୍ରୀୟ ଜେଲ୍‍ର ଜଣେ ବିଚାରାଧୀନ କଏଦୀ ଶନିବାର ରାତିରେ ସେଠାକାର ମହାରାଜା ୟଶବନ୍ତରାଓ ହସ୍ପିଟାଲ(ଏମ୍‍ୱାଇଏଚ୍‍)ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲା।

ସଂୟୋଗିତାଗଞ୍ଜ ଥାନାର ଜଣେ ଅଧିକାରୀଙ୍କ କହିବାନୁସାରେ, ମୃତ କଏଦୀ ଜଣକ ହେଉଛନ୍ତି, ସୁବେର ହରଦା ଜିଲା ନିବାସୀ ରାମକୃଷ୍ଣ କତିୟା(୩୫)। ସେ କ୍ଷତ ସ୍ଥାନରେ ବନ୍ଧା ଯାଉଥିବା ପଟିରେ ଫାଶି ତିଆରି କରି କଏଦୀ ୱାର୍ଡର ଶୌଚାଳୟରେ ଗତ ରାତି ପ୍ରାୟ ୨ଟା ସମୟରେ ଆତ୍ମହତ୍ୟା କରିଛନ୍ତି। ହରଦାର ଏକ ଅଦାଲତରେ ତାଙ୍କ ଉପରେ ହତ୍ୟା ମୋକଦ୍ଦମା ଚାଲିଥିଲା।

- Advertisement -

ଜେଲ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କତିୟା ହରଦାର ଜିଲା ଜେଲରେ ବନ୍ଦୀ ଥିଲେ। ଅଦାଲତଙ୍କ ଆଦେଶ କ୍ରମେ ତାଙ୍କୁ ମାନସିକ ଚିକିତ୍ସା ପାଇଁ ୧୭ ଅକ୍ଟୋବରରେ ଇନ୍ଦୋରର କେନ୍ଦ୍ରୀୟ କାରାଗାରକୁ ଅଣାଯାଇଥିଲା। ଏହାପରେ ୩୦ ଅକ୍ଟୋବରରେ ତାଙ୍କୁ ଏମ୍‍ୱାଇଏଚ୍‍ରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଜେଲ ପ୍ରଶାସନ ଇନ୍ଦୋରର ଜିଲା ଓ ଦୌରାଜଜ୍‍ଙ୍କୁ ପତ୍ର ଲେଖି ବିଚାରାଧୀନ କଏଦୀର ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିବେଦନ କରିଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories