ମାଡୁରୋ ପୁନଃ ଭେନ୍‍ଜୁଏଲା ରାଷ୍ଟ୍ରପତି ନିର୍ବାଚିତ

0

କାରାକାସ୍‍ : ଭେନ୍‍ଜୁଏଲା ରାଷ୍ଟ୍ରପତି ଭାବେ ନିକୋଲାସ ମାଡୁରୋ ପୁନଃ ନିର୍ବାଚିତ ହୋଇଛନ୍ତି। ଦେଶର ନିର୍ବାଚନ ପରିଚାଳନା ବୋର୍ଡ ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି। ମାଡୁରୋ ୫.୮ନିୟୁତ ଭୋଟ ପାଇଁଥିବାବେଳେ ପ୍ରତିପକ୍ଷ ହେନ୍‍ରୀ ଫାଲକନ୍‍ ୧.୮ନିୟୁତ ଭୋଟ ପାଇଥିବା ଘୋଷଣାରେ କୁହାଯାଇଛି। ଏହାଦ୍ୱାରା ୫୫ବର୍ଷୀୟ ବାମପନ୍ଥୀ ନେତା ମାଡୁରୋ ଅଧିକ ୬ବର୍ଷ ପାଇର୍ କ୍ଷମତାରେ ରହିବେ। ନିର୍ବାଚନ ପରିଚାଳନା ବୋର୍ଡ ମାଡୁରୋଙ୍କ ଅନୁଗତମାନଙ୍କ ଦ୍ୱାରା ପରିଚାଳିତ ଓ ନିର୍ବାଚନରେ ବହୁ ବେଆଇନ କାର୍ଯ୍ୟ ହୋଇଥିବାର ଅଭିଯୋଗ ହୋଇଛି। ମାଡୁରୋ ଏକଚ୍ଛତ୍ରବାଦକୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ବିରୋଧୀମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ବସ୍‍ଚାଳକ ମାଡୁରୋ ୨୦୧୩ରେ ହୁଗୋ ସାଭେଜ୍‍ଙ୍କଠାରୁ କ୍ଷମତା ହାସଲ କରିଥିଲେ।

Leave A Reply