www.samajalive.in
Monday, December 15, 2025
27.1 C
Bhubaneswar

ଅପରାଧିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁର ପୁଲିସ ଆରମ୍ଭ କଲା ‘ନୂଆ ଦିଗ’ ଯୋଜନା

ସମ୍ବଲପୁର (ସିଟି) : ସମ୍ବଲପୁର ପୁଲିସ ପକ୍ଷରୁ ମଙ୍ଗଳବାର ଦିନ ଛୋଟ ଛୋଟ ଅପରାଧରେ ସଂପୃକ୍ତ ଥିବା ଯୁବକ ମାନଙ୍କୁ ଧନ୍ଦାମୂଳକ ତାଲିମ ଦେଇ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏକ ନୁତନ ପ୍ରୟାସ ‘ନୁଆ ଦିଗ’ ନାମକ ଯୋଜନାର ଆରମ୍ଭ କରାଯାଇଛି। ତାଲିମ ପରେ ଏହି ଯୁବକମାନେ ରୋଜଗାରକ୍ଷମ ହେବେ ଏବଂ ଏଥି ଯୋଗୁଁ ସେମାନେ ଆଉ ଅପରାଧ କରିବାକୁ ମନ ବଳାଇବେ ନାହିଁ। ଏହା ଦ୍ୱାରା ଜିଲା ଓ ରାଜ୍ୟ ଅପରାଧ ମୁକ୍ତ ହୋଇପାରିବ। ସ୍ଥାନୀୟ ସମ୍ବଲପୁର ଜିଲା ପୁଲିସ ରିଜର୍ଭ ଲାଇନ ଠାରେ ଥିବା ଗୋଷ୍ଠୀ କେନ୍ଦ୍ରରେ ଆୟୋଜିତ ଏହି ଯୋଜନାର ଉଦଘାଟନୀ ଉତ୍ସବରେ ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି, ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା, ଓଡିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଆଞ୍ଚଳିକ ନିର୍ଦ୍ଦେଶକ ଏନ କେ ଦାସ ସମ୍ମାନୀତ ଅତିଥି ରୁପେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ଅପରାଧ କରିଥିବା ଅପରାଧିଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତକୁ ଆଣି ହେବ ଏଥିପାଇଁ ଏହା ଏକ ପ୍ରୟାସ ବୋଲି ଡିଆଇଜି ଭୋଇ କହିଥିଲେ।,

ସୂଚନାଯୋଗ୍ୟ, ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଯୁବକଙ୍କୁ ନୂତନ ଦିଗ ଦେଖାଇ ରୋଜଗାରକ୍ଷମ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏଥିରେ ଜିଲା ପୁଲିସ ସମ୍ବଲପୁର ସହରରେ ଥିବା ୪ଟି ଥାନାକୁ ସାମିଲ କରାଯାଇଛି। ଓଡିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥୋରିଟି ପକ୍ଷରୁ କାଉନସେଲିଙ୍ଗ ପରେ ପ୍ରଥମ ପର୍ଯ୍ୟାୟରେ ୫୨ ଜଣଙ୍କୁ ଚୟନ କରାଯାଇ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ଅଇଁଠାପାଲି ଥାନାର ୧୦ଜଣ, ଧନୁପାଲି ଥାନାର ୯ଜଣ, ଟାଉନ ଥାନାର ୧୪ଜଣ ଓ କ୍ଷେତରାଜପୁର ଥାନାର ୧୯ଜଣ ଛୋଟ ଛୋଟ ଅପରାଧରେ ସଂପୃକ୍ତ ଥିବା ଅପରାଧିଙ୍କୁ ବିଭିନ୍ନ ଟ୍ରେଡରେ ତାଲିମ ଦିଆଯିବ। ମୋଟ ୩୭ଟି ଟ୍ରେଡ ଥିବାବେଳେ ଏହି ଯୁବକମାନେ ୮ଟି ଟ୍ରେଡକୁ ବାଛିଛନ୍ତି। ଓଡିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥୋରିଟି ପକ୍ଷରୁ ୩ମାସର ସମୟ ବିଶିଷ୍ଟ ତାଲିମ କାର୍ଯ୍ୟକ୍ରମ ପରେ ସେମାନଙ୍କୁ ଚାକିରି ଦେବାର ବ୍ୟବସ୍ଥା କରାଯିବ। ଏହା ସମ୍ବଲପୁରରେ ପ୍ରଥମ ଥର ପାଇଁ ଆରମ୍ଭ  ହୋଇଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories