www.samajalive.in
Sunday, December 7, 2025
13.1 C
Bhubaneswar

ଶୀଘ୍ର ଛାଡ଼ନ୍ତୁ ଏସବୁ ବଦଭ୍ୟାସ: ନଚେତ୍ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା

ବେଳେବେଳେ ଆମର କିଛି ଖରାପ ଅଭ୍ୟାସ ହିଁ ଆମ ପାଇଁ ବିରାଟ ସମସ୍ୟାମାନ ସୃଷ୍ଟି କରିଥାଏ। ଏହା ଆମ ଭବିଷ୍ୟତ ଏବଂ ସୁଖଦୁଃଖ ସହ ଜଡ଼ିତ ଥାଏ। ମଣିଷର ଅଭ୍ୟାସଗୁଡ଼ିକୁ ତା’ ବ୍ୟକ୍ତିତ୍ୱର ଦର୍ପଣ ହୋଇଥାଏ ବୋଲି ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ କୁହାଯାଇଛି, ଯାହାକି ଆମ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। କାରଣ ଏହି ଅଭ୍ୟାସଗୁଡ଼ିକ ଆମକୁ ଅଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେପରି କିଛି ଖରାପ ଅଭ୍ୟାସ ବିଷୟରେ, ଯାହାକୁ ଆପଣ ତୁରନ୍ତ ଛାଡ଼ିଦେବା ଉଚିତ।

୧. ଗାଧୁଆଘର ଅପରିଷ୍କାର ରଖିବା : ଯେଉଁ ବ୍ୟକ୍ତି ସ୍ନାନ କରିବା ପରେ ଗାଧୁଆଘର ବା ବାଥ୍‌ରୁମ୍ ସଫାସୁତୁରା କରି ନ ଥାଆନ୍ତି, ସେମାନଙ୍କୁ ଚନ୍ଦ୍ର ଗ୍ରହଠାରୁ ଅଶୁଭ ଫଳ ମିଳିଥାଏ।
୨. ଖାଇବା ପରେ ପତ୍ର ନ ଉଠାଇବା : ଖାଇବା ପରେ ପତ୍ର କିମ୍ବା ଥାଳି ନ ଉଠାଇ ସେମିତି ଉଠିଯିବା ଖରାପ ଅଭ୍ୟାସ ହୋଇଥାଏ। ଯଦି ଏପରି କାମ କେହି କରନ୍ତି, ତେବେ ଶନି ଏବଂ ଚନ୍ଦ୍ର ଦୋଷ ଲାଗିଥାଏ। ଏହାଦ୍ବାରା ମା’ ଲକ୍ଷ୍ମୀ ମଧ୍ୟ କୋପ କରିଥାଆନ୍ତି।
୩. ଘରେ ଜୋତା-ଚପଲ ଏଠି ସେଠି ପକାଇବା : ଶାସ୍ତ୍ର ଅନୁସାରେ ଘରେ ଜୋତା, ଚପଲ ଏଠି ସେଠି ପକାଇଲେ ଶତ୍ରୁ ଭୟ ଲାଗିରହିଥାଏ। ଏହାଦ୍ୱାରା ମାନ ସମ୍ମାନରେ ମଧ୍ୟ ହାନି ପହଞ୍ଚିଥାଏ।
୪. ବିଛଣା ଅସଜଡ଼ା ରଖିବା : ଶୋଇବା ବିଛଣା ଅସଜଡ଼ା ରହିଲେ ଆପଣଙ୍କ ଦିନଚର୍ୟ୍ୟା ଅବ୍ୟବସ୍ଥିତ ହୋଇଯାଏ। ଏହାଦ୍ବାରା ବ୍ୟକ୍ତି କୌଣସି ବି କାମ ଠିକ୍ ଭାବେ କରିପାରି ନ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇଥାଏ।
୫. ବଡ଼ ପାଟିରେ କଥା କହିବା : ଯେଉଁ ବ୍ୟକ୍ତି ବଡ଼ ପାଟିରେ କଥା ହୁଅନ୍ତି ତାଙ୍କୁ ଶନି ଦୋଷର ସାମ୍ନା କରିବାକୁ ପଡ଼ିଥାଏ। ଶନି ଏଭଳି ଲୋକଙ୍କ ଉପରେ ରାଗିଯାଆନ୍ତି, ଯେଉଁମାନେ ଚିଲ୍ଲାଇ ଚିଲ୍ଲାଇ କଥା କୁହନ୍ତି।
୬. ବିଳମ୍ବିତ ରାତି ଯାଏ ଚେଇଁବା : ଯେଉଁ ବ୍ୟକ୍ତି ବିନା କୌଣସି କାରଣରେ ବିଳମ୍ବିତ ରାତି ଯାଏ ଚେଇଁଥାଏ, ତାକୁ ଚନ୍ଦ୍ର ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାଆନ୍ତି। ଏଭଳି ବ୍ୟକ୍ତି ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିଥାଏ। ସୁସ୍ଥ ଶରୀର ପାଇଁ ରାତିରେ ଶୀଘ୍ର ଶୋଇବା ଏବଂ ସକାଳେ ଶୀଘ୍ର ଉଠିବା ଭଲ ଅଭ୍ୟାସ ହୋଇଥାଏ।
୭. ଏଠି ସେଠି ଛେପ ପକାଇବା : ଏଠି ସେଠି ଛେପ ପକାଇଲେ ମାନ ସମ୍ମାନ ହାନି ହୋଇଥାଏ। ଏଭଳି ବ୍ୟକ୍ତିଙ୍କୁ ମହାଲକ୍ଷ୍ମୀଙ୍କ କୃପା ମିଳିପାରି ନ ଥାଏ। ତେଣୁ ଛେପ ପକାଇବା ପାଇଁ ନିର୍ଦ୍ଧାରିତ ସ୍ଥାନ ବ୍ୟବହାର କରନ୍ତୁ।
୮. ଗୁରୁଜନମାନଙ୍କୁ ଅପମାନ କରିବା : ଯଦି କେହି ବ୍ୟକ୍ତି ଗୁରୁଜନମାନଙ୍କୁ ଅପମାନ ଦେଇଥାଏ, ତା’ହେଲେ ଘରର ପରମ୍ପରା ନଷ୍ଟ ହୋଇଯାଏ। କୁହାଯାଏ, ଯେଉଁ ଘରେ ବୃଦ୍ଧବୃଦ୍ଧା ଖୁସି ଥାଆନ୍ତି ସେଠାରେ ସବୁ ଦେବାଦେବୀଙ୍କ କୃପା ରହିଥାଏ।
୯. ରୋଷେଇ ଘର ଅବ୍ୟବସ୍ଥିତ ରଖିବା : ଯଦି କାହାର ରୋଷେଇ ଘର ଅସଜଡ଼ା ରହିଥାଏ, ତା’ହେଲେ ମଙ୍ଗଳ ଦୋଷ ଲାଗିଥାଏ। ରାତିରେ ଶୋଇବା ପୂର୍ବରୁ ଅଇଁଠା ଥାଳି ଏବଂ ରୋଷେଇ ଘର ସଫା କରିଦେବା ଉଚିତ। ଏହି କଥା ଉପରେ ଧ୍ୟାନ ଦେଲେ, ସବୁ ଦେବାଦେବୀଙ୍କ କୃପା ମିଳିଥାଏ।
୧୦. ଗୋଡ଼ ସଫା ନ ରଖିବା : କିଛି ଲୋକ ଚେହେରା ଉପରେ ବେଶୀ ଧ୍ୟାନ ଦିଅନ୍ତି କିନ୍ତୁ ଗୋଡ଼ର ସଫାସୁତରାକୁ ଅଣଦେଖା କରିଥାଆନ୍ତି। ଏହା ଆଦୌ ଭଲ କଥା ନୁହେଁ। ସ୍ନାନ କରିବା ସମୟରେ ଗୋଡ଼କୁ ଭଲ ଭାବେ ସଫା କରିବା ଉଚିତ। ଯଦି ଗୋଡ଼ ଅପରିଷ୍କାର ରହିବ, ତା’ହେଲେ ଅନ୍ୟ ସାମ୍ନାରେ ଆପଣଙ୍କ ମାନ-ସମ୍ମାନ କମିଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories