www.samajalive.in
Saturday, December 6, 2025
19.1 C
Bhubaneswar

ସ୍ୱାମୀକୁ ହତ୍ୟା କରି ରୋଷେଇ ଘରେ ପୋତିଥିଲା ସ୍ତ୍ରୀ; ଚୁଲି ତଳୁ ମିଳିଲା ମୃତଦେହ

ଅନୂପପୁର: ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ରୋଷେଇ ଘରେ ପୋତି ଦେଇଥିଲେ। ଖାଲି ସେତିକି ନୁହେଁ, ଯେଉଁ ରୋଷେଇଘରେ ସ୍ୱାମୀଙ୍କ ମୃତଦେହକୁ ପୋତି ଥିଲେ ତା’ ଉପରେ ଚୁଲି ତିଆରି କରି ପ୍ରାୟ ଏକ ମାସ ଧରି ରୋଷେଇ କରୁଥିଲେ। ଏହି ଅଦ୍ଭୁତ ଘଟଣା ଘଟିଛି ମଧ୍ୟପ୍ରଦେଶର ଅନୂପପୁର ଜିଲାରେ। ଗୁରୁବାର ଅନୂପପୁର ପୁଲିସ ମୃତଦେହ ଜବତ କରିବା ସହ ପ୍ରମିଳା(୩୨) ନାମକ ମହିଳାଙ୍କୁ ନିଜ ସ୍ୱାମୀ ମହେଶ ବେନେୱାଲଙ୍କ ହତ୍ୟା ଅଭିଯୋଗରେ ଗିରଫ କରିଛି।

- Advertisement -

ସୂଚନା ଅନୁସାରେ, ମହେଶ ପ୍ରାୟ ମାସେ ଧରି ଅମରକଣ୍ଟକ ଥାନା ଅନ୍ତର୍ଗତ କରୋଁଦୀ ଗାଁରୁ ନିଖୋଜ ଥିଲେ। ୨୨ ଅକ୍ଟୋବରରେ ପତ୍ନୀ ପ୍ରମିଳା ଥାନାରେ ନିଜ ସ୍ୱାମୀଙ୍କ ନିଖୋଜ ହେବାର ରିପୋର୍ଟ ମଧ୍ୟ ଲେଖାଇଥିଲେ। ପୁଲିସ ଏହାକୁ ଏକ ନିଖୋଜ ମାମଲା ଭାବୁଥିବା ବେଳେ ୨୧ ନଭେମ୍ବରରେ ଏଥିରେ ଏକ ନୂଆ ମୋଡ଼ ଆସିଥିଲା। ମୃତକଙ୍କ ବଡ଼ ଭାଇ ଅର୍ଜୁନ ବେନେୱାଲ ପୁଲିସକୁ କହିଥିଲେ ଯେ, ତାଙ୍କ ଭାଇଙ୍କ ଘର ଲୋକଙ୍କ ଉପରେ ତାଙ୍କର ସନ୍ଦେହ ରହିଛି। ଅର୍ଜୁନ କହିଥିଲେ, ସେ ବହୁବାର ସାନ ଭାଇ ଘରକୁ ଯାଇଛନ୍ତି କିନ୍ତୁ ତାଙ୍କ ପତ୍ନୀ ସବୁଥର ତାଙ୍କୁ ବିଦା କରିଦେଇଛନ୍ତି।

ଅମରକଣ୍ଟକ ଥାନା ଏସଏଚଓ ଭାନୁ ପ୍ରତାପ ସିଂହଙ୍କ କହିବାନୁସାରେ, ସେ ନିଜ ଟିମ୍‍ ସହ ଯେତେବେଳେ ମୃତକଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ସେଠାରେ ତାଙ୍କୁ କିଛି ଦୁର୍ଗନ୍ଧ ଅନୁଭୂତ ହୋଇଥିଲା। ରୋଷେଇ ଘର ପାଖରେ ଅଧିକ ଦୁର୍ଗନ୍ଧ ହେଉଥିଲା। ରୋଷେଇଘରେ ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଖୋଳିବା ପରେ ସେଠାରୁ ମହେଶଙ୍କ ମୃତଦେହ ମିଳିଥିଲା।

ଏନେଇ ପ୍ରମିଳାଙ୍କୁ ଜେରା କରାଯିବା ପରେ ସେ କହିଛନ୍ତି, ତାଙ୍କ ସ୍ୱାମୀଙ୍କର ବଡ଼ ଭାଇ ଗଙ୍ଗାରାମ ବେନେୱାଲଙ୍କ ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା। ତେଣୁ ସେ ଓ ଗଙ୍ଗାରାମ ମିଶି ମହେଶଙ୍କୁ ମାରିବାର ଯୋଜନା କରିଥିଲେ। ଅନ୍ୟପକ୍ଷରେ ଗଙ୍ଗରାମ ଏ କଥାକୁ ବିରୋଧ କରି କହିଛନ୍ତି, “ଏହି ମହିଳା ବହୁତ ଚାଲାକ୍‍। ତାଙ୍କ ନିରୀହ ଚେହେରାକୁ ଦେଖି ତାଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ଏହି ହତ୍ୟାକାଣ୍ଡରେ ସାମିଲ ନାହିଁ। ପୁଲିସ ଏବେ ମାମଲାର ଯାଞ୍ଚ କରୁଛି। ସୂଚନାଯୋଗ୍ୟ, ମୃତକ ମହେଶ ଓ ପ୍ରମିଳାଙ୍କର ୪ଟି କନ୍ୟା ସନ୍ତାନ ଅଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories