www.samajalive.in
Saturday, December 6, 2025
26.1 C
Bhubaneswar

କାଦୁଅ ଫିଙ୍ଗି ବୃଦ୍ଧଙ୍କ ଠାରୁ ୪୦ ହଜାର ଲୁଟ୍

ଭୁବନେଶ୍ବର: କାଦୁଅ ଫିଙ୍ଗି ଜଣେ ବୃଦ୍ଧଙ୍କ ଠାରୁ ୪୦ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲା ଘୁ.ଉଦୟଗିରି ସହରରେ ଏଭଳି ଏକ ଅଭିନବ ଉପାୟରେ ଲୁଟ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ଏକ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ନିକଟସ୍ଥ ହୋମିଓ କ୍ଲିନିକକୁ ଯାଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ କାଦୁଅ ଫିଙ୍ଗିଥିଲେ। ସାର୍ଟରେ କାଦୁଅ ପଡିଲା ପରେ ବୃଦ୍ଧ ଜଣଙ୍କ ବ୍ୟସ୍ତ ହୋଇ କ୍ଳିନିକର ଏକ ବେଞ୍ଚ ଉପରେ ଟଙ୍କା ବ୍ୟାଗଟିକୁ ରଖି ଦେଇ ଧୋଇ ହେବାକୁ ପଳାଇ ଥିଲେ। ଫେରିକି ଦେଖିଲା ବେଳକୁ ବ୍ୟାଗରେ ୧୦୦ ଟଙ୍କିଆ ୫ଟି ବଣ୍ଡଲରୁ ଗୋଟିଏ ଥିଲା ଓ ଅନ୍ୟ ଚାରିଟି ନଥିଲା। ଅର୍ଥାତ ଚାଳିଶି ହଜାର ଟଙ୍କା ଲୁଟ୍‌ ହୋଇ ସାରିଥିଲା। ଏନେଇ ସେ ଘୁ.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories