www.samajalive.in
Saturday, December 6, 2025
23.1 C
Bhubaneswar

କାର୍ଯ୍ୟରେ ସଫଳତା ପାଇଁ ଘରୁ ବାହାରିବା ସମୟରେ ବାର ଅନୁଯାୟୀ କରନ୍ତୁ ଏହି ଉପାୟ

ଘରୁ ବାହାରକୁ ଯିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଘରୁ ବାହାରିବା ପରେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର ଅନୁଯାୟୀ ପାଳନ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ଜାଣନ୍ତୁ ….
ସୋମବାର –
ଏହି ବାର ଦିନ ଘରୁ ବାହାରକୁ ଯିବା ସମୟରେ ଦର୍ପଣ ଦେଖନ୍ତୁ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ମାତ୍ର ଭଙ୍ଗା ଦର୍ପଣ ଦେଖିବେ ନାହିଁ।

ମଙ୍ଗଳବାର –
ମଙ୍ଗଳବାର ଦିନ ଗୁଡ଼ ଖାଇ ଘରୁ ବାହାରକୁ ଯାଆନ୍ତୁ। ଗୁଡ଼ ଯେପରି ମିଠା , ଦିନ ମଧ୍ୟ ସେଭଳି ଶୁଭଫଳ ଦେଇଥାଏ। ଗୁଡ଼ ବ୍ୟତୀତ ଆପଣଙ୍କୁ ଯେଉଁ ମିଠା ପସନ୍ଦ ତାହା ମଧ୍ୟ ଖାଇପାରିବେ।

ବୁଧବାର –
ଏହି ବାରରେ ଧନିଆ ପତ୍ର ଖାଇ ଘରୁ ଯାଆନ୍ତୁ, କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ।

ଗୁରୁବାର –
ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ସହ ଜିରା ଖାଇ ଯାଆନ୍ତୁ। ଦିନଟିରେ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ।

ଶୁକ୍ରବାର –
ଏଭଳି ଦେଖିବାକୁ ଗଲେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ଯିବା ପୂର୍ବରୁ ଦହି ଚିନି ଖିଆଯାଏ। ମାତ୍ର ଶୁକ୍ରବାର ଦିନ ଦହି ଖାଇ ଘରୁ ଯିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।

ଶନିବାର –
ଏହି ବାର  ଶନିଦେବଙ୍କୁ ସମର୍ପିତ ଅଟେ। ଶନିବାର ଦିନ ଅଦା ଖାଇ ଘରୁ ବାହାରକୁ ଯିବା ଦ୍ୱାରା କାର୍ଯ୍ୟରେ ଥିବା ବାଧାବିଘ୍ନ ଦୂର ହୋଇ ସଫଳତା ମିଳିଥାଏ।

ରବିବାର –
ଛୁଟି ଦିନ ଅର୍ଥାତ ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ପାନ ଖାଇ ଯାଆନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories