ଆରଏସ୍‍ଏସ୍‍ ପ୍ରାର୍ଥୀଙ୍କୁ ପ୍ରଶାସନିକ ସେବାରେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ମୋଦି : ରାହୁଲ

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି। ମୋଦି ୟୁପିଏସ୍‍ସି କୃତକାର୍ଯ୍ୟ ତାଲିକାରେ ଏପଟ ସେପଟ କରି ଆରଏସ୍‍ଏସ୍‍ ଦ୍ୱାରା ଚୟନ ପ୍ରାର୍ଥୀଙ୍କୁ ପ୍ରଶାସନିକ ସେବାରେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ବୋଲି ରାହୁଲ ଟ୍ୱିଟ୍‍ କରିଛନ୍ତି। ରାହୁଲ ଲେଖିଛନ୍ତି ଯେ ଛାତ୍ରଛାତ୍ରୀ ଜାଗ, ତମ ଭବିଷ୍ୟତ ବିପଦରେ ଅଛି। ଆରଏସ୍‍ଏସ୍‍ ଚୟନ ପ୍ରାର୍ଥୀଙ୍କୁ କେନ୍ଦ୍ରୀୟ ପ୍ରଶାସନିକ ସେବାରେ ନିଯୁକ୍ତି ଦେବାକୁ ମୋଦି କୃତକାର୍ଯ୍ୟ ତାଲିକାରେ ଏପଟସେପଟ କରିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଲେଖାଯାଇଥିବା ଏକ ଚିଠିକୁ ନିଜ ଟ୍ୱିଟ୍‍ର ଆକାଉଣ୍ଟରେ ଅପଲୋଡ଼ କରି ରାହୁଲ ଏହା ଲେଖିଛନ୍ତି। ଏହି ଚିଠି ଅନୁସାରେ ପ୍ରଶାସନିକ ସେବାରେ ନୂତନ ନିଯୁକ୍ତିଧାରୀଙ୍କୁ ଏକ ୧୫ ସପ୍ତାହର ଫାଉଣ୍ଡେସନ ପାଠ୍ୟକ୍ରମ ଦେଇ ଯିବାକୁ ପଡ଼ିବ। ଏହି ପାଠ୍ୟକ୍ରମ ଆଧାରରେ ନୂତନ ନିଯୁକ୍ତିଧାରୀଙ୍କୁ କ୍ୟାଡର ଆବଣ୍ଟନ କରାଯିବ। ଅର୍ଥାତ ୟୁପିଏସ୍‍ସି ପରୀକ୍ଷାରେ ମାର୍କ ଅନୁସାରେ ନୁହେଁ ଏହି ଫାଉଣ୍ଡେସନ ପାଠ୍ୟକ୍ରମ ସମାପ୍ତ ପରେ ନୂତନ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ କ୍ୟାଡର ଆବଣ୍ଟନ କରାଯିବ। ଅପରପକ୍ଷରେ ୟୁପିଏସ୍‍ସି ମାର୍କ ଏବଂ ଫାଉଣ୍ଡେସନ ପାଠ୍ୟକ୍ରମ ମାର୍କକୁ ମିଶାଇ ନୂଆ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ କ୍ୟାଡର ଆଲର୍ଟ କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply