BJD Bijuli 480×75 Mob

ସିଏଜି ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଦର୍ପଣ ସଦୃଶ : ମୋଦୀ

BJD Bijuli 480×75 Mob

ନୂଆଦିଲ୍ଲୀ : ମହାଲେଖାକାର(ସିଏଜି) ଏବଂ ଉପମହାଲେଖାକାର(ଏଜି) ଉତ୍ତମ ପ୍ରଶାସନ ପାଇଁ ପରିବର୍ତ୍ତନ ସକାଶେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସିଏଜି କେବଳ ପରିସଂଖ୍ୟାନ ଓ ପଦ୍ଧତି ମଧ୍ୟରେ ସୀମିତ ହୋଇ ରହିବା ଉଚିତ୍‍ ନୁହେଁ । ନୂଆଦିଲ୍ଲୀରେ ଆକାଉଣ୍ଟାଣ୍ଟସ୍‍ ଜେନେରାଲ୍‍ ଓ ଡେପୁଟି ଆକାଉଣ୍ଟାଣ୍ଟସ୍‍ ଜେନେରାଲ୍‍ମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ସିଏଜି ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଦର୍ପଣ ସଦୃଶ ଭୂମିକା ନିର୍ବାହ କରିଥାନ୍ତି ଓ ସେମାନଙ୍କୁ ସେମାନଙ୍କର ତ୍ରୁଟି ବିଷୟରେ ଜଣାଇଥାନ୍ତି। ସେ କହିଛନ୍ତି, ଦେଶରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର ଫଳପ୍ରଦ ରୂପାୟନରେ ସିଏଜିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିଥାଏ। ଶ୍ରୀ ମୋଦୀ କହିଛନ୍ତି, ଭାରତ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଥିବାରୁ ସିଏଜି ଓ ଏଜିଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

Comments are closed.