www.samajalive.in
Monday, December 15, 2025
16.1 C
Bhubaneswar

ଆଉ ୨ ବର୍ଷ କ୍ରିକେଟ୍‌ ଖେଳିପାରିବ : ମାଲିଙ୍ଗା

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍ ଦଳର ବରିଷ୍ଠ ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ଆହୁରି ୨ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଥାଉକି ଅାସନ୍ତା ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ସେ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଇଚ୍ଛୁକ ବୋଲି ମାଲିଙ୍ଗା ଗତ ମାର୍ଚ୍ଚରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ଏକ ଗଣମାଧ୍ୟମକୁ ବୁଧବାର ସାକ୍ଷାତକାର ଦେଇ ୩୬ ବର୍ଷୀୟ ମାଲିଙ୍ଗା କହିଛନ୍ତି ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ସେ ପୂର୍ବରୁ ଚିନ୍ତା କରିଥିଲେ। ତେବେ ବର୍ତ୍ତମାନ ସେ ବେଶ୍‌ ଫିଟ୍‌ ଥିବାରୁ ଆହୁରି ୨ ବର୍ଷ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିପାରିବେ ବୋଲି ଭାବୁଛନ୍ତି। ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବୋଲରଙ୍କୁ ୪ ଓଭର ବୋଲିଂ କରିବାକୁ ପଡ଼ିଥାଏ। ବର୍ତ୍ତମାନ ବେଶ୍‌ ଫିଟ୍‌ ଥିବାରୁ ସେ ଆଉ ୨ ବର୍ଷ ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ବୋଲର ଭାବେ ଦାୟିତ୍ବ ନିର୍ବାହ କରିପାରିବେ। ସେହିପରି ଟ୍ବେଣ୍ଟି୨୦ ଦଳର ଅଧିନାୟକ ଭାବେ ତାଙ୍କ ନିକଟରେ ବିପୁଳ ଅଭିଜ୍ଞତା ଥିବାରୁ ଆଉ ୨ ବର୍ଷ ଖେଳିବା କିଛି ବଡ଼ କଥା ନୁହେଁ।
ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସେ ଶ୍ରୀଲଙ୍କା ଦଳର ନେତୃତ୍ବ ନେବେ କି ବୋଲି ପ୍ରଶ୍ନର ଉତ୍ତରରେ ମାଲିଙ୍ଗା କହିଥିଲେ ଏ ସଂପର୍କରେ ବର୍ତ୍ତମାନ ଠାରୁ କିଛି କୁହାଯାଇ ପାରିବ ନାହିଁ। ଶ୍ରୀଲଙ୍କା ଦଳର ଭବିଷ୍ୟତ ସଂପର୍କରେ ମତ ଦେଇ ମାଲିଙ୍ଗା କହିଥିଲେ ଦଳରେ ବର୍ତ୍ତମାନ ଅନେକ ନୂଆ ଖେଳାଳି ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଫଳତା ପାଇବାକୁ ହେଲେ ସେମାନଙ୍କୁ ୩/୪ ବର୍ଷ ଆବଶ୍ୟକ। ତେଣୁ ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଧୈର୍ଯ୍ୟରକ୍ଷା କରିବାକୁ ପଡ଼ିବ। ଶ୍ରୀଲଙ୍କା କ୍ରିକେଟ୍‌କୁ ଶକ୍ତିଶାଳୀ କରିବା ପାଇଁ ତାଙ୍କୁ ଯଦି କୌଣସି ଦାୟିତ୍ବ ଦିଆଯାଏ ତେବେ ସେ ଏହାକୁ ଖୁସିରେ ଗ୍ରହଣ କରିବେ ବୋଲି ମାଲିଙ୍ଗା ସ୍ପଷ୍ଟ କରି ଦେଇଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories