www.samajalive.in
Thursday, December 11, 2025
16.1 C
Bhubaneswar

ଆଉ ସହଜ ହେବନି ଡ୍ରାଇଭିଂ ଲାଇସେନ୍ସ ହାତେଇବା : ଏଣିକି ସ୍ବୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ

ଭୁବନେଶ୍ବର : ବିଦେଶରେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଟିଏ ପାଇବା ବେଶ କଷ୍ଟକର। ସେଥିପାଇଁ ସେଠାରେ ଲୋକମାନଙ୍କର ଗାଡିଚାଳନା ବେଶ ଶୃଙ୍ଖଳିତ ଥାଏ। ଆମ ରାଜ୍ୟରେ ଲୋକଙ୍କୁ ସେଭଳି କଷ୍ଟକର ମାଧ୍ୟମ ଦେଇ ପରୀକ୍ଷା ଦେବାକୁ ପଡି ନ ଥାଏ। ସେଥିପାଇଁ ଅନେକ ​ଲୋକ ଭଲ ଭାବେ ଗାଡି ଚାଳନା ନ ଜାଣି ମଧ୍ୟ ଲାଇସେନ୍ସ ଟିଏ ପାଇଯାଇଥାନ୍ତି। ଏହାର ପ୍ରତିକୂଳ ପ୍ରଭାବ ସ୍ବରୂପ ସଡକ ଦୁର୍ଘଟଣା ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟ ସରକାର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାକୁ ହେଉଥିବା ସମସ୍ତ ପରୀକ୍ଷା କଡାକଡି କରିବାକୁ ଯାଉଛନ୍ତି। ଆଗକୁ ସ୍ବୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିରେ କୃତକାର୍ଯ୍ୟ ହେଲେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ​ବୋଲି ପରିବହନ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି। ଭୁବନେଶ୍ବରଠାରେ ଟୟୋଟା କିର୍ଲୋସ୍କର ​ମୋଟର୍ସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପଣ୍ଡା କହିଲେ, ବିଶ୍ବରେ ଚାଳଉଥିବା ​ମୋଟ ଯାନବାହନର ୧% ଭାରତରେ ଚାଲୁଛି। ତେବେ ଏତେ କମ୍‌ ଗାଡି ରହିଥିବା ସତ୍ତ୍ବେ ଭାରତରେ ଦୂର୍ଘଟଣା ହାର ୧୫% ରହିଛି। ଏଥିଯୋଗୁ ଦେଶର ​ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୩% କ୍ଷତି ଘଟିଛି। ​ମୋଟର ଯାନ ସଂଶୋଧନ ଆଇନ କଡାକଡି ହେବା ପରେ ଏବେ ସମସ୍ତଙ୍କ ଚେତା ପଶିଛି। ସମସ୍ତେ ଡିଏଲ୍‌ ପାଇବା ପାଇଁ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ ଜମାଇଛନ୍ତି। ବର୍ଷକ ମଧ୍ୟରେ ୩.୫ ଲକ୍ଷ ଡିଏଲ୍‌ ଇସ୍ୟୁ କରାଯାଇଥିବା​ବେଳେ ବିଗତ ଅଢେଇମାସ ମଧ୍ୟରେ ୫ ଲକ୍ଷ ଡିଏଲ୍‌ ପ୍ରଦାନ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ଆସନ୍ତା ୬-୯ ମାସ ମଧ୍ୟରେ ସ୍ବୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯିବ। ପୂର୍ବରୁ ଟେଷ୍ଟ ସମୟରେ ଆ​ବେଦନକାରୀଙ୍କୁ ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା,ସେଥିରୁ ୬ଟିର ସଠିକ୍‌ ଉତ୍ତର ଦେଲେ କୃତକାର୍ଯ୍ୟ ଧରିନିଆଯାଉଥିଲା। ଏବେ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ। ଏଥିରେ ଆ​ବେ‌ଦନକାରୀଙ୍କ ପାଇଁ ୧୦ ବଦଳରେ ୨୦ଟି ପ୍ରଶ୍ନ ରହିବ, ଯେଉଁଥିରୁ ୧୨ଟିର ଉତ୍ତର ଦେବାକୁ ହେବ। ଏ ନେଇ ଯୋଜନା ଚାଲିଥିବା ଶ୍ରୀ ପଣ୍ଡା କହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories