www.samajalive.in
Sunday, December 7, 2025
23.1 C
Bhubaneswar

ବିଛଣାକୁ ଯିବା ପୂର୍ବରୁ ପିଅନ୍ତୁ ଏହି ଜୁସ୍: ଖୁବଶୀଘ୍ର ଦୂର ହେବ ମୋଟାପଣ

ଆଜିକାଲି ସମସ୍ତେ ପତଳା ଚେହେରା ପାଇବାକୁ ଇଚ୍ଛୁକ। ଏଥିପାଇଁ ଅନେକ ଲୋକ ଅନେକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ କାହାକୁ ସୁଫଳ ମିଳୁଛି ତ କାହାକୁ ମିଳୁନାହିଁ। ଯଦି ଆପଣ ମଧ୍ୟ ମୋଟାପଣକୁ ନେଇ ଚିନ୍ତିତ ଓ ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏପରି ଏକ ଜୁସ୍ ଅଛି, ଯାହା ଆପଣଙ୍କ ସମସ୍ୟା ଦୂର କରିବାରେ ବିଶେଷ ଭାବେ ସହାୟକ ହେବ। ଘରୋଇ ଉପାୟରେ ପ୍ରସ୍ତୁତ ଏହି ଜୁସ୍ ପିଇବା ଦ୍ବାରା କମ୍ ଦିନରେ ମୋଟାପଣରୁ ମୁକ୍ତି ପାଇବା ସହ ଆହୁରି ଅନେକ ଲାଭ ମିଳିବ। ଏହାକୁ ଖାସ୍ କରି ଶୋଇବା ପୂର୍ବରୁ ପିଇବା ଉଚିତ। ତେବେ ଆସନ୍ତୁ ଜାଣିବା ସେହି ଜୁସ୍ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ଏହାକୁ ପିଇବାର ଲାଭ ବିଷୟରେ –

ଜୁସ୍‌ ପାଇଁ ଆବଶ୍ୟକ ସାମଗ୍ରୀ :

- Advertisement -

-ଗୋଟିଏ ଲେମ୍ବୁ
-ଗୋଟିଏ ଗ୍ଲାସ୍‌ ପାଣି
-ଗୋଟିଏ କାକୁଡ଼ି
-ଗୋଟିଏ ଚାମଚ ଅଦା ପେଷ୍ଟ
-୧ ଚାମଚ ଘି କୁଆଁରୀ ରସ
-ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ :

ଏ ସମସ୍ତ ସାମଗ୍ରୀକୁ ପେଷି ଜୁସ୍ ପ୍ରସ୍ତୁତ କରନ୍ତୁ। ଏବେ ଏହି ଜୁସ୍‌କୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ।

ଜାଣନ୍ତୁ, ପିଇଲେ କ’ଣ ମିଳେ ଲାଭ :

-ଏହା ଆପଣଙ୍କ ଓଜନ କମ୍‌ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ।
-ଏ ସମସ୍ତ ଜିନିଷର ମିଶ୍ରଣ ଆପଣଙ୍କ ଶରୀରର ମୋଟାବଲିଜିମ୍‌କୁ ତ୍ୱରାନ୍ଵିତ କରିଥାଏ।
-ଯେଉଁ ସମୟରେ ଆପଣ ନିଦରେ ଥିବେ, ଆପଣଙ୍କ ମୋଟାବଲିଜମ୍‌ ସକ୍ରିୟ ହୋଇ ମୋଟାପଣଙ୍କୁ କମ୍‌ କରିବାରେ ସାହାଯ୍ୟ କରିବ।
-ପ୍ରତିଦିନ ଏହି ଜୁସ୍‌ ସେବନ କଲେ, କିଛିଦିନ ଭିତରେ ଆପଣଙ୍କ ପେଟର ଚର୍ବି କମିବାରେ ଲାଗିବ।
-ଏହାସହିତ ଶରୀରକୁ ଆବଶ୍ୟକୀୟ ପୋଷଣ ମଧ୍ୟ ଯୋଗାଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories