ପାକିସ୍ତାନ ପାପୀଙ୍କର ଦେଶ : କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରର ସାମ୍ବା ଏବଂ ଅରନିୟା ଅଞ୍ଚଳରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଘଂନକୁ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର ନିନ୍ଦା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର କୌଣସି ଧର୍ମ ନାହିଁ, ଏହା ପାପୀଙ୍କର ଦେଶ ,ଯାହାଫଳରେ ସେମାନେ ରାମଜାନ ଭଳି ପବିତ୍ର ମାସରେ ଏଭଳି ପାପ କାର୍ଯ୍ୟ କରୁଛନ୍ତି।। ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରିଆସୁଛି। ଆମର ଜବାନମାନେ ଏହାର କଡା ଜବାବ ଦେଉଛନ୍ତି। ରମଜାନକୁ ନଜର ରଖି ଭାରତୀୟ ସେନା କୌଣସି ଅପରେସନ କରିବେ ନାହିଁ ବୋଲି ସୂଚନାଦେବା ପରେ ମଧ୍ୟ ପାକିସ୍ତାନ ନିଜର ହୀନ ମାନସିକତାରୁ ଓହରି ପାରୁନାହିଁ। ଯଦି ପାକିସ୍ତାନକୁ କୌଣସି ଧର୍ମ ଉପରେ ବିଶ୍ୱାସ ରହିଥାନ୍ତା ତେବେ ସେ ଆମର ଜାମ୍ମୁ କାଶ୍ମୀର ଅଧିବାସୀମାନଙ୍କୁ ଏଭଳି ପବିତ୍ର ମାସରେ ଅଚାନକ ଆକ୍ରମଣ କରି ନଥାନ୍ତା। ଆମ ସେନା ପାକିସ୍ତାନକୁ ସବୁସମୟରେ କଡା ଜବାବ ଦେଇଆସୁଛି। ସେଠାକାର ଅଧିବାସୀମାନଙ୍କ ପାଇଁ ଆମେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛୁ ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply