bjd gruha runa

ପାରାଦ୍ବୀପ ବନ୍ଦର ପକ୍ଷରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ

BJD Bijuli 480×75 Mob

ପାରାଦ୍ବୀପ : ପାରାଦ୍ବୀପ ବନ୍ଦର ପକ୍ଷରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଉଦଜିବୀତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି। ଏହି କାର୍ୟ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଆନୁଷ୍ଠାନିକ ଭାବେ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ୭ ଜଣ ସାଧବ ପୁଅଙ୍କୁ ୭ ଜଣ ସାଧବ ବୋହୂ ବନ୍ଦାପନା କରିବା ସହିତ ଏକ ସୁସଜ୍ଜିତ ବୋଇତରେ ସାଧବ ପୁଅମାନଙ୍କୁ ମେଲାଣି ଦେଇଥିଲେ। ତେବେ ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା ବନ୍ଦରର ନିଷିଦ୍ଧାଞ୍ଚଳରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ଲୋକମାନଙ୍କୁ ଏଥିରେ ସାମିଲ ହେବାର ସୁଯୋଗ ଦିଆଯାଇଥାଏ। ଭାରତର ୨ୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିବା ପାରାଦ୍ବୀପ ବନ୍ଦର ଖୁବଶୀଘ୍ର ନମ୍ବର ୧ ବନ୍ଦର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବନ୍ଦର ଅଧ୍ୟକ୍ଷ। ସମ୍ପୂର୍ଣ୍ଣ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇ ପ୍ରତ୍ୟେକ ବିଭାଗରେ ଉର୍ଣ୍ଣତ୍ତି କରାଯାଉଛି। ଗତ ବର୍ଷ ୧୧୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିଥିବା ପାରାଦ୍ବୀପ ବନ୍ଦର ଚଳିତ ବର୍ଷ ଏହାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଚାଲିଥିବା ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ପ୍ରକାଶ କରିଛନ୍ତି।

Comments are closed.