www.samajalive.in
Monday, December 15, 2025
24.1 C
Bhubaneswar

ଐତିହାସିକ କଟକ ବାଲିଯାତ୍ରା : ଅପରାହ୍ଣ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା

କଟକ : ଐତିହାସିକ ବାଲିଯାତ୍ରା ଉପଲକ୍ଷେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଏହି କଟକଣା ମଙ୍ଗଳବାର ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୩ଟାରୁ ରାତି୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ମହାନଦୀ ରିଙ୍ଗରୋଡରୁ ମାତାମଠ ଆଡୁ ଆସୁଥିବା ଯାନବାହନ ମୁଣ୍ଡାସାହି ଛକଠାରୁ ଡାହାଣକୁ ନ ଯାଇ ସିଧା ରିଙ୍ଗରୋଡ ଦେଇ ନିର୍ମାଣାଧୀନ ଡିସିପିଙ୍କ ଅଫିସ ଗଡ଼ାରେ ଗଡ଼ି ପଡ଼ିଆରେ ଥିବା ଷ୍ଟାଣ୍ଡରେ ରହିବେ। ଯାତ୍ରା ଦେଖିବା ପରେ ଦର୍ଶକ ଷ୍ଟାଣ୍ଡର ଗାଡିଗୁଡିକ ନେଇ ହାଡ଼ିଆପଠା ଭିତରେ ଯାଇ ସି-ସୋର ରାସ୍ତା ଦେଇ ରିଙ୍ଗବନ୍ଧରେ ବାହାରି ମାତାମଠ ଆଡ଼େ ଯାଇପାରିବେ।
ହାୱଡ଼ା ମଟର ଓ ମଣିସାହୁ ଛକ ଆଡ଼ୁ ଆସୁଥିବା ସମସ୍ତ ଯାନବାହନଗୁଡିକ ହୋଟେଲ ଗ୍ରିରନାର ଛକଠାରୁ ଡାହାଣକୁ ଭାଙ୍ଗି ରିଙ୍ଗବନ୍ଧରେ ଯାଇ ବାଲିଯାତ୍ରା ପାଖ ଷ୍ଟାଣ୍ଡରେ ଗାଡି ରଖିପାରିବେ; କିନ୍ତୁ ଗ୍ରିରନାର ହୋଟେଲ ଛକଠାରୁ କୌଣସି ଯାନାବହନ ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଆଡ଼କୁ ଆସିପାରିବେ ନାହିଁ।

ପାର୍କିଂସ୍ଥଳ
-ଭୁଆସୁଣୀ ପଡ଼ିଆ
-ଆନନ୍ଦ ଭବନ ପଡ଼ିଆ
-ଦୟାଶ୍ରମ ପଡ଼ିଆ
-କାର୍ତ୍ତିକେଶ୍ୱର ଗଡ଼ା ବାମପଟ ପଡ଼ିଆ
-ମୁଣ୍ଡାସାହି ପଡ଼ିଆ
-ମୁଣ୍ଡାସାହି ପଶ୍ଚିମପଟ ପଡ଼ିଆ
-ମୁଣ୍ଡାସାହି ଉତ୍ତରପଟ ପଡ଼ିଆ
-ଗୋରାକବର ପଡ଼ିଆ
-‘ବୋସ’ ଇଞ୍ଜିନିୟରିଂ ପଡ଼ିଆ

- Advertisement -

ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଆଡୁ ଆସୁଥିବା ଯାନବାହନଗୁଡିକ ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ପାଖରୁ ସିଧା ଷ୍ଟାଡିୟମ ଆଡକୁ ଯାଇପାରିବେ ନାହିଁ। ଉକ୍ତ ଯାନଗୁଡିକ ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ପାଖରୁ ଡାହାଣକୁ ଭାଙ୍ଗି କରମଙ୍ଗା ମଠଦେଇ ରିଙ୍ଗରୋଡରେ ଯାଇ ବାଲିଯାତ୍ରା ପଡ଼ିଆ ଷ୍ଟାଣ୍ଡରେ ଗାଡ଼ି ରଖିପାରିବେ। ଆନନ୍ଦ ଭବନପଡିଆ ପାର୍କିଂସ୍ଥଳରେ ଗାଡି ଭରପୂର ହୋଇଗଲେ ହରିଣପାର୍କ ଛକଠାରୁ ତିନିଚକିଆ ଓ ଚାରିଚକିଆ ଗାଡି ଛଡାଯିବ। ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡ଼ାର ପଶ୍ଚିମପଟେ ନୂତନ ଭାବେ ହୋଇଥିବା ପାର୍କିଂସ୍ଥଳରେ ରହିପାରିବେ।
ବକ୍ସିବଜାର ଫାୟାର ଷ୍ଟେସନ ଛକ ଆଡ଼ୁ ଆସୁଥିବା ଯାନବାହନଗୁଡିକ ଓପିଏ ଛକଠାରୁ ବାମପଟକୁ ଭାଙ୍ଗି ନାରୀସେବା ସଦନ ଛକଠାରୁ ଡାହାଣପଟ ରାସ୍ତାଦେଇ କଳାବିକାଶ କେନ୍ଦ୍ର ରାସ୍ତାରେ ଯାଇ ଦୟାଶ୍ରମ ରୋଡରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ; କିନ୍ତୁ ଓପିଏ ଛକଠାରୁ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।
ବକ୍ସିବଜାର ରିଜର୍ଭ ପୁଲିସ ଲାଇନ ପାଖରୁ ତିନି/ଚାରିଚକିଆ ଯାନବାହନଗୁଡିକ ଓପିଏ ଛକ ଆଡକୁ ଆସିପାରିବେ ନାହିଁ।
ଚଣ୍ଡୀଛକ ବା ‘ସମାଜ’ ଅଫିସ ଆଡୁ ଆସୁଥିବା ସମସ୍ତ ଯାନବାହନଗୁଡିକ ନାରୀସେବା ସଦନ ଛକ ଠାରୁ ବାମପଟକୁ ଯାଇ କଳାବିକାଶ କେନ୍ଦ୍ର ରାସ୍ତାରେ ଯାଇ ଦୟାଶ୍ରମରୋଡରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ।
ଡାଇରେକ୍ଟର ଅଫ ଇଣ୍ଡଷ୍ଟ୍ରୀଜ ଛକଠାରୁ କୌଣସି ଯାନବାହନ କିଲିଖାନା ରାସ୍ତାଦେଇ ଷ୍ଟାଡିୟମ ଆଡକୁ ଯାଇପାରିବେ ନାହିଁ।
କନ୍‍ଭେଣ୍ଟ ସ୍କୁଲ ଛକଠାରୁ କେବଳ ଦୁଇଚକିଆ ଯାନ ପିଏଚଡି ଅଫିସ ପଛପଟେ ଦୟାଶ୍ରମ ଷ୍ଟାଣ୍ଡରେ ଗାଡି ରଖିପାରିବେ। କନ୍‍ଭେଣ୍ଟ ସ୍କୁଲ ଛକଠାରୁ ତିନିଚକିଆ ଓ ଚାରିଚକିଆ ଯାନଗୁଡିକ ଚଣ୍ଡୀଛକ ଓ କନିକାଛକ ରାସ୍ତାଦେଇ ବିଜୁପଟ୍ଟନାୟକ ଛକରୁ ଦୟାଶ୍ରମ ଷ୍ଟାଣ୍ଡ କିମ୍ବା ଆନନ୍ଦ ଭବନ ଷ୍ଟାଣ୍ଡକୁ ଯାଇପାରିବେ।
ଆନନ୍ଦଭବନ ଛକରେ କୌଣସି ଗାଡି ଫୋର୍ଟଗେଟ ଆଡକୁ ଯାଇପାରିବେ ନାହିଁ। କେବଳ କଟକ କ୍ଲବ କାର୍ଡଥିବା ବ୍ୟକ୍ତିମାନେ ଫୋର୍ଟଗେଟ ପର୍ଯ୍ୟନ୍ତ ଯାଇପାରିବେ। ଫୋର୍ଟଗେଟ୍‍ ଛକରୁ କୌଣସି ଯାନବାହନ ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବେ ନାହିଁ।
ହରିଣପାର୍କ ଛକଠାରୁ କେବଳ ଦୁଇଚକିଆ ଯାନଗୁଡିକ କ୍ୟାଣ୍ଟନମେଣ୍ଟ ଥାନା ଛକ ଆଡକୁ ଯାଇ ବାଲିଯାତ୍ରା ପଡ଼ିଆରେ ଥିବା ଷ୍ଟାଣ୍ଡରେ ଗାଡି ପାର୍କିଂ କରିପାରିବେ; କିନ୍ତୁ ତିନିଚକିଆ ଓ ଚାରିଚକିଆ ଯାନଗୁଡିକ ହରିଣପାର୍କ ଛକଠାରୁ ଡାହାଣକୁ ଭାଙ୍ଗି ଆନନ୍ଦ ଭବନ ପଡ଼ିଆରେ ପାର୍କିଂ କରିପାରିବେ।
ମହାନଦୀ ରିଙ୍ଗରୋଡରେ ନୂତନ ଭାବେ ନିର୍ମିତ ମଧୁସୂଦନ ସେତୁ ଆଡୁ ଆସୁଥିବା ତିନି/ଚାରି ଚକିଆ ଯାନବାହନଗୁଡିକ ଭୁଆସୁଣୀ ପଡ଼ିଆରେ ଗାଡି ପାର୍କିଂ କରି ସେଠାରୁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଆସିପାରିବେ।
ସତୀଚଉରା ଛକ ଓ ନେତାଜୀ ସେତୁ ଆଡୁ ଆସୁଥିବା ତିନିଚକିଆ ଓ ଚାରିଚକିଆ ଯାନବାହନଗୁଡ଼ିକ ସିଧା ବାଲିଯାତ୍ରା ପଡ଼ିଆ ଆଡକୁ ନ ଆସି ସେଠାରୁ ବାମକୁ ଯାଇ ଭୁଆସୁଣୀ ପଡିଆରେ ଗାଡି ପାର୍କିଂ କରି ସେଠାରୁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗାଡିରେ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଆସିପାରିବେ।
ବାଲିଯାତ୍ରା ପାଖ ଷ୍ଟାଣ୍ଡରେ ଗାଡ଼ି ଭର୍ତ୍ତି ହୋଇଯିବା ପରେ ଇଞ୍ଜିନିୟରିଂ ସ୍କୁଲ ଗଡ଼ା ପାଖରୁ କୌଣସି ଗାଡିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଛଡ଼ାଯିବ ନାହିଁ। ଏହି ଗାଡିଗୁଡିକୁ ବୋଷ ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ପାର୍କିଂ କରାଯିବ। ସେହିପରି ଆନନ୍ଦଭବନ ପାର୍କିଂ, ଦୟାଶ୍ରମ ଷ୍ଟାଣ୍ଡ ଓ କାର୍ତ୍ତିକେଶ୍ୱର ଗଡ଼ା ପାର୍କିଂ ଗାଡି ଭରପୂର ହୋଇଯିବା ପରେ ଚହଟା ଛକ ଆଡୁ ଆସୁଥିବା ଗାଡ଼ିଗୁଡିକ ଗୋରାକବର ଛକଠାରୁ ବାଲିଯାତ୍ରା ପଡ଼ିଆ ଆଡକୁ ଛଡାଯିବ ନାହିଁ। ଏହି ଗାଡିଗୁଡ଼ିକ ଗୋରାକବର ପଡ଼ିଆରେ ପାର୍କିଂ କରାଯିବ।
ପାସ୍‍ ପାଇଥିବା ବ୍ୟକ୍ତିମାନେ ଅପରାହ୍ଣ ୩ଟା ପରେ ବାଲିଯାତ୍ରା ପଡ଼ିଆ ଭିତରକୁ ଯାଇପାରିବେ ନାହିଁ। ସେମାନେ ପାଖରେ ଥିବା ଷ୍ଟାଣ୍ଡରେ ଗାଡ଼ି ରଖି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories