www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁ ନାନକ ଜୟନ୍ତୀ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିଖ୍‌ମାନଙ୍କ ପ୍ରଥମ ଗୁରୁ ନାନକ ଦେବ ଜନ୍ମଗ୍ରହଣ କରିଥିଲେ। ଶିଖ୍‌ ସମ୍ପ୍ରଦାୟ ଏହି ଦିନ ପ୍ରକାଶ ଉତ୍ସବ ବା ଗୁରୁ ପରବ୍‌ ଭାବେ ପାଳନ କରନ୍ତି। ଏହିଦିନ ଗୁରୁ ଗ୍ରନ୍ଥ ସାହେବରେ ଉଲ୍ଲିଖିତ ନାନକ ଦେବଙ୍କ ବାଣୀ ପାଠ କରାଯାଏ। ବିଭିନ୍ନ ଗୁରୁଦ୍ବାର ସହିତ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିର ବି ଦୀପ ଆଲୋକରେ ଉଳ ହୋଇଉଠେ। ଚଳିତ ଥର ୫୫୦ତମ ପ୍ରକାଶ ପର୍ବ ଅବସରରେ କରତାରପୁର କରିଡର ଖୋଲି ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଦୀର୍ଘ ୭୨ବର୍ଷ ପରେ ଏହି କରିଡର ଖୋଲିବା ଦ୍ବାରା ୧୫୦ କିଲୋମିଟରର ଦୂରତା ସାଢେ ଚାରିକିଲୋମିଟର ହୋଇଯାଇଛି। ଏଯାବତ୍‌ ଅଟ୍ଟାରୀ ସୀମାରୁ ପ୍ରତିବର୍ଷ ପ୍ରାୟ ଆଠ ହଜାର ଶ୍ରଦ୍ଧାଳୁ ଲାହୋର ଦେଇ କରତାରପୁର ସାହିବ ଯାଉଥିଲେ। ଏଥିପାଇଁ ୩ଘଣ୍ଟା ପାଖାପାଖି ସମୟ ଲାଗୁଥିଲା। ଏହା ବ୍ୟତୀତ ଡେରାବାବା ନାନକଠାରୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦୂରବୀକ୍ଷଣ ଯନ୍ତ୍ର ଯୋଗେ କରତାରପୁରସ୍ଥିତ ଗୁରୁନାନକଙ୍କ ଦ୍ବାରା ପ୍ରତିଷ୍ଠିତ ଗୁରୁଦ୍ବାର ସାହିବ ଦର୍ଶନ କରୁଥିଲେ। ଏହା ଶିଖ୍‌ ଧର୍ମାବଲମ୍ବୀଙ୍କର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ। ରେକର୍ଡ ୧୧ମାସ ମଧ୍ୟରେ ଏହି କରିଡର ନିର୍ମାଣ ହୋଇପାରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories