ଲତା ମଙ୍ଗେସକର ଅସୁସ୍ଥ

ମୁମ୍ୱଇ : ବଲିଉଡ଼ର ପ୍ରସିଦ୍ଧ ଗାୟିକା ତଥା କୋକିଳ କଣ୍ଠି ନାମରେ ପରିଚିତ ଲତା ମଙ୍ଗେସକର ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ ଗତକାଲି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ଗତକାଲି ରାତି ୨ଟା ସମୟରେ ମୁମ୍ୱଇର ବ୍ରେଚ କାନଡେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସେ ସୁସ୍ଥ ଅନୁଭବ କରିବାରୁ ଏବେ ଘରକୁ ଫେରିଆସିଥିବା ସୂଚନା ମିଳିଛି।

prayash

kalyan agarbati

Comments are closed.