ନ୍ୟୁୟର୍କ ପୁଲିସରେ ପ୍ରଥମ ଭାରତୀୟ ମହିଳା

0

ନ୍ୟୁୟର୍କ; ଆମେରିକାର ନ୍ୟୁୟର୍କ ପୁଲିସ ପ୍ରଥମଥର ଜଣେ ଭାରତୀୟ ଶିଖମହିଳାଙ୍କୁ ନିଯୁକ୍ତି ଦେଇଛି। ଫଳରେ ଆମେରିକାରେ ସେ ପ୍ରଥମ ଭାରତୀୟ ମହିଳା ଭାବେ ପୁଲିସ୍‍ ଚାକିରି ପାଇଛନ୍ତି। ଗୁରସୌଚ କୌର ନାମକ ଏକ ଶିଖମହିଳା ଆମେରିକା ପୁଲିସ ସହାୟକ ଅଧିକାରୀ ରୂପେ ନିଯୁକ୍ତି ପାଇଛନ୍ତି। ଗତ ସପ୍ତାହରେ ସେ ନ୍ୟୁୟର୍କ ସିଟି ପୁଲିସ ଏକାଡେମିରୁ ଡିଗ୍ରୀ ହାସଲ କରିଥିଲେ। ଏହି ସଫଳତାରେ ଆମେରିକୀୟ ଶିଖ ସଂଗଠନ ଖୁସୀବ୍ୟକ୍ତ କରିଛନ୍ତି। ସଂଗଠନ ଟ୍ୱିଟ୍‍ କରି କହିଛି ଯେ, ଆମ ସମ୍ପ୍ରଦାୟର ଏକ ମହିଳା ଆମେରିକୀୟ ପୁଲିସ ବିଭାଗରେ ନିଯୁକ୍ତି ପାଇଥିବାରୁ ଆମେ ଗର୍ବିତ ଓ ଏହା ଅନ୍ୟ ମହିଳାଙ୍କୁ ପ୍ରୋତ୍ସାହିତ କରିବ। ସେହିପରି ଭାରତ କେନ୍ଦ୍ର ନଗର ବିକାଶ ରାଷ୍ଟ୍ର ମନ୍ତ୍ରୀ ହରଦ୍ୱୀପ ସିଂ ପୁରି ଏକ ପଗଡି ପିନ୍ଧା ମହିଳାଙ୍କୁ ଆମେରିକା ପୁଲିସରେ ଦେଖି ଆମେ ଗର୍ବିତ ଅନୁଭବ କରୁଛୁ ବୋଲି ଟ୍ୱିଟ୍‍ କରିଛନ୍ତି। ଉଲ୍ଲେଖ ଯେ ୨୦୧୦ରେ ହୌଷ୍ଟନ ବିମାନବନ୍ଦରରେ ହରଦ୍ୱୀପ ସିଂ ପୁରିଙ୍କୁ ପଗଡି ଖୋଲିବା ପାଇଁ କୁହାଯାଇଥିଲା, କିନ୍ତୁ ସେ ପଗଡ଼ି ଖୋଲିବାକୁ ମନା କରିଦେଇଥିଲେ। ଫଳରେ ତାଙ୍କୁ ଅଧଘଣ୍ଟା ପ୍ରର୍ଯ୍ୟନ୍ତ ସୁରକ୍ଷାକର୍ମୀ ଅଟକାଇ ରଖିଥିଲେ।

Leave A Reply