ଅବିବାହିତଙ୍କୁ ବିଧାୟକ ଏବଂ ସାଂସଦ କରିବା ଉଚିତ୍ : ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ
ଖଣ୍ଡୱା : ଅବିବାହିତ ବ୍ୟକ୍ତିମାନଙ୍କୁ ବିଧାୟକ ଏବଂ ସାଂସଦ କରିବା ଉଚିତ୍ ବୋଲି ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ ପାରସ ଜୈନ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶ ଖଣ୍ଡୱା ଜିଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ପାରସ କହିଥିଲେ ଯେ ଯେଉଁ ଲୋକ ବିବାହ କରିନାହାନ୍ତି ସେମାନଙ୍କୁ ବିଧାୟକ ଏବଂ ସାଂସଦ କରିବା ଉଚିତ୍। କାରଣ ବିବାହିତ ବ୍ୟକ୍ତି ପରିବାର ଚିନ୍ତା କରିଥାଏ, କିନ୍ତୁ ଅବିବାହିତ ବ୍ୟକ୍ତି ଦେଶର ଚିନ୍ତା କରିଥାଏ। ପାରସ ଜୈନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦାହରଣ ଦେଇ ଉଭୟ କେବଳ ଦେଶର ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଶେଷରେ ଏହା ତାଙ୍କର ନିଜ ମତ ବୋଲି କହି ସେ ବିବାଦରୁ ଦୂରରେ ରହିବାକୁ ଚେଷ୍ଟା କରିଥିଲେ। ମାତ୍ର ଜଣେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।