ଏସସିବି ପାଇଁ ୧ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଟକ ବଡ଼ ଡାକ୍ତରଖାନା ବା ଏସସିବି ପାଇଁ ବୁଧବର ଏକ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବ‌ୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘେ‌ାଷଣା କରିଛନ୍ତି। ଏସସିବିକୁ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ ମଧ୍ୟରେ ରଖାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ଏବଂ ଏହାର ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ। ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢିତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଛି।

prayash

ଏସସିବି ମେଡିକାଲ କଲେଜକୁ ଦେଶର ସର୍ବବୃହତ ମେଡିକାଲ ମେଡିକାଲ କଲେଜ ଏମସ୍ ଢାଞ୍ଚାରେ ସ୍ବାସ୍ଥ୍ୟ ସେବା ମଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସାରା ଦେଶରେ ୧୪ ନମ୍ବରରେ ରହିଛି। ଏହାକୁ କିପରି ଦେଶର ଶ୍ରେଷ୍ଠ ୩ ମେଡିକାଲ କଲେଜ ମଧ୍ୟରେ ରଖାଯିବ ତାହା  ଲକ୍ଷ୍ୟ ରଖାଯାଇଥିବା କହିଛିନ୍ତି । ଯାହା ଦ୍ବାରା ଓଡିଶା ବାହାରର ଡାକ୍ତରମାନେ ଓଡିଶା ଲୋକଙ୍କ ସେବା କରିବାକୁ ପସନ୍ଦ କରିବେ। ଯାହା ଓଡିଶାବାସୀଙ୍କ ପାଇଁ ଲାଭ ଦାୟକ ହେବ। ସେମାନଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବନି।ଓଡିଶା ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିଶ୍ବସ୍ତରୀୟ ମର୍ଯ୍ୟାଦା ହାସଲ କରିପାରିଛି । ବର୍ତ୍ତମାନ ସମୟ ଆସିଛି ସାରାବିଶ୍ବକୁ ଓଡିଶା ତାର ସୁଲଭ , ଏବଂ ଉନ୍ନତ ମାନର ସ୍ବାସ୍ଥ୍ୟ  ସେବା ପାଇଁ ମାନ୍ୟତା ଦେବ।  ସୂଚନାଯୋଗ୍ୟ ବୁଧବାର ଭୋର ୫ ଟାରେ ୫ ଟି ସଚିବ ଭି.କେ ପାଣ୍ଡିଆନ ଅଚାନକ ଏସସିବି ମେଡିକାଲ କଲେଜରେ ପହଞ୍ଚି  ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

kalyan agarbati

Comments are closed.