www.samajalive.in
Monday, December 8, 2025
14.1 C
Bhubaneswar

ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲା ଆଇଏସ: ଆମେରିକା

ୱାଶିଂଟନ: ଆମେରିକା ସେନା ଦୀପାବଳି ଅବସରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀକୁ ନିପାତ କରିଥିଲା। ଏହା ସତ୍ବେ ବିଶ୍ଵ ପ୍ରତି ଏହି ସଂଗଠନର ବିପଦ ଟଳିନାହିଁ। ସଂଗଠନର ୨୦ଟି ଶାଖା ଏବେ ବି ସକ୍ରିୟ ରହିଛି। ଏହାର ଏକ ଶାଖା ଆଇଏସଆଇଏସ-କେ ଦକ୍ଷିଣ ଏସିଆର ବି ସକ୍ରିୟ ଅଛି। ସଂଗଠନର ଏହି ଶାଖା ୨୦୧୮ରେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ସାଂସଦ ଏହି ତଥ୍ୟ ପ୍ରକାଶ କରିଛନ୍ତି।

ପ୍ରବାସୀ ଭାରତୀୟ ସାଂସଦ ମ୍ୟାଗୀ ହସନଙ୍କ ଏକ ପ୍ରଶ୍ନରେ ଆମେରିକାର ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ କେନ୍ଦ୍ରର କାର୍ଯ୍ୟକାରୀ ନିର୍ଦେଶକ ରସେଲ ଟ୍ରେୱର୍ସ କହିଛନ୍ତି ଯେ, ବାସ୍ତବରେ ଆଇଏସର ସମସ୍ତ ଶାଖା ଆମେରିକା ପାଇଁ ସବୁଠାରୁ ଅଧିକ ଚିନ୍ତାର ବିଷୟ। ହସନ କହିଛନ୍ତି, ଆଇଏସର ସମସ୍ତ ଶାଖା ଏବଂ ନେଟୱର୍କ ମଧ୍ୟରୁ ଆଇଏସଆଇଏସ-କେ ଏକ ଏପରି ଶାଖା, ଯାହା ସବୁଠାରୁ ଅଧିକ ଚିନ୍ତାର ବିଷୟ। ଏହି ସଂଗଠନରେ ୪୦୦୦ ଆତଙ୍କବାଦୀ ରହିଛନ୍ତି। ସେମାନେ ଆଫଗାନିସ୍ତାନ ବାହାରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଗତବର୍ଷ ସେମାନେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ମାତ୍ର ସେଥିରେ ବିଫଳ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories