୫୦ ଦିନରେ ବିଦ୍ୟାଳୟ ସଂଯୋଜକଙ୍କ ଆନ୍ଦୋଳନ

0

ଭୁବନେଶ୍ୱର; ରାଜଧାନୀର ଲୋୟରପିଏମଜି ଠାରେ ପାଞ୍ଚଦଫା ଦାବିନେଇ ବିଦ୍ୟାଳୟ ସଂଯୋଜକମାନେ ଦୀର୍ଘ ୫୦ ଦିନଧରି ଆନ୍ଦୋଳନ କରିଆସୁଛନ୍ତି। ସରକାରଙ୍କ ଠାରୁ ବିଭିନ୍ନ ପ୍ରତିଶ୍ରୁତି ମିଳିବାପରେ ମଧ୍ୟ କୌଣସି ପଦକ୍ଷପ ନିଆଯାଇନଥିବା ବିଦ୍ୟାଳୟ ସଂଯୋଜକ ସଂଘ ଅଭିଯୋଗ କରିଛି। ଦିନବେଳା ପ୍ରଚଣ୍ଡଖରା ଠାରୁ ଆରମ୍ଭକରି ଅଚାନକ କାଳବୈଶାଖୀ ଆସିବା ପ୍ରଯ୍ୟନ୍ତ ସବୁକିଛି ସହ୍ୟକରି ବିଦ୍ୟାଳୟ ସଂଯୋଜକ ସଂଘ ନିଜର ଆନ୍ଦୋଳନ ଜାରିରଖିଛି।
ସୂଚନାଯୋଗ୍ୟ ୨୦୧୪ ମସିହା ଠାରୁ ଆରମ୍ଭକରି ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏହି କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏହି କର୍ମଚାରୀମାନେ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିଆସିବା ସହ ବିଦ୍ୟାଳୟର ଏନ.ଟି.ଏସ, ଏନ.ଏମ.ଏମ.ଏସ, ପଠାଣି ସାମନ୍ତ, ଅନଲାଇନ ଏନ୍ରୋଲମେଣ୍ଟ, ଫର୍ମ ପୂରଣ, ଦଶମ ଓ.ଏମ.ଆର ସିଟ୍‍ ମୂଲ୍ୟାଙ୍କନ ଆଦି ଅନେକ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଡିଜିଟାଲ ଓଡିଶାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି କର୍ମଚାରୀ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏମାନଙ୍କ ପ୍ରତି ଅବହେଳା ଉଦବେଗଜନକ ବୋଲି ସଂଘ କହିଛି। ବିଦ୍ୟାଳୟ ସଂଯୋଜକ ସଂଘର ପାଞ୍ଚ ଦଫା ଦାବିଗୁଡିକ ମଧ୍ୟରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ, ବିଦୟାଳୟ ସଂଯୋଜକ ପରିବର୍ତ୍ତେ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା, ବାକିଥିବା ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷା ଯୋଗାଇଦେବା, ଓଆରଭି ନିୟମ ସହ ଯୋଡିବା ଏବଂ ଚାକିରିକୁ ସରକାରୀ ସ୍ୱୀକୃତିପ୍ରାପ୍ତ କରିବା ଆଦି ଅନ୍ତଭ୍‍ୁର୍କ୍ତ। ସଂଘର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ କୁମାର ନାୟକ, ଚନ୍ଦ୍ରକାନ୍ତ ଶ୍ରୀଚନ୍ଦନ, ଲାଲୁ ପ୍ରସାଦ ଧଳ, ବିଜନ କୁମାର ମିଶ୍ର ପମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।

Leave A Reply