www.samajalive.in
Monday, December 15, 2025
27.1 C
Bhubaneswar

୫୦ ଫୁଟ୍‌ ବୋରୱେଲ ମଧ୍ୟକୁ ଖସି ପଡିଥିବା ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ

ଚଣ୍ଡିଗଡ଼: ହରିୟାଣାର କର୍ଣ୍ଣଲରେ ୫୦ ଫୁଟ୍‌ ଗଭୀର ବୋରୱେଲ ମଧ୍ୟକୁ ଖସି ପଡିଥିବା ଜଣେ ପାଞ୍ଚ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇ ଯାଇଛି। ସୋମବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁଟିର ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ପୁଲିସ ଓ ସ୍ଥାନୀୟ ପ୍ରଶାସନ ଶିଶୁଟିକୁ ଉଦ୍ଧାର କରିବାରେ ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣଲ ଜିଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ପାଞ୍ଚ ବର୍ଷୀୟ ଶିଶୁକନ୍ୟା ଖେଳୁ ଖେଳୁ ଘର ନିକଟରେ ଥିବା ୫୦ ଫୁଟ୍‌ ଗଭୀର ବୋରୱେଲ ମଧ୍ୟକୁ ଖସି ପଡ଼ିଥିଲା। ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ ଶିଶୁଟି ବୋରୱେଲ ମଧ୍ୟକୁ ଖସିପଡିଛି। ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଶିଶୁଟିକୁ ବୋରୱେଲ ମଧ୍ୟରୁ ବାହାର କରିବାରେ ବିଫଳ ହୋଇଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁଟିର ନାମ ହେଉଛି ଶିବାନୀ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories