www.samajalive.in
Monday, December 15, 2025
24.1 C
Bhubaneswar

ବଲ ଟ୍ୟାମ୍ପରିଂ ପାଇଁ ଦଣ୍ଡିତ ହେଲେ ପାକ୍ କ୍ରିକେଟର ଅହମ୍ମଦ ଶେହଜାଦ

ଇସଲାମାବାଦ : ପାକିସ୍ତାନ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶେହଜାଦ ଶନିବାର ବଲ ଟ୍ୟାମ୍ପରିଂ ପାଇଁ ଦଣ୍ଡିତ ହୋଇଥିବା ଜଣାପଡିଛି। ଘରୋଇ ଟୁର୍ଣ୍ଣାମେଣ୍ଟରେ ବଲ ଟ୍ୟାମ୍ପରିଂ କରୁଥିବା କାରଣରୁ ଶେହେଜାଦଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଦଣ୍ଡିତ କରିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ତାଙ୍କର ମ୍ୟାଚ୍‌ ଫି’ର ୫୦ପ୍ରତିଶତ କାଟ୍‌ କରିଛି।
ସୂଚନା ଅନୁଯାୟୀ, କ୍ୱାଇଦ-ଇ-ଆଜମ ଟ୍ରଫି ବେଳେ ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧ ମଧ୍ୟରେ ମ୍ୟାଚ୍‌ ହେଉଥିବାବେଳେ ସେଣ୍ଟ୍ରାଲ ପଞ୍ଜାବ ପକ୍ଷରୁ ବଲର କିଛି ଅଂଶକୁ ବିକୃତ କରାଯାଇଥିବା ଜଣାପଡ଼ିଥିଲା। ଅମ୍ପେୟାର ବଲ୍‌ର ତଦାରଖ କରିବାପରେ ବଲର ଆକାର ବଦଳି ଯାଇଥିବା ଜଣାପଡ଼ିଥିଲା। ଏନେଇ ଅମ୍ପେୟାର ଦ୍ୱୟ ମ୍ୟାଚ୍‌ ରେଫରୀଙ୍କୁ ଅବଗତ କରାଇଥିଲେ।
ଘଟଣାର ତଦନ୍ତ ହୋଇଥିଲେ ହେଁ କେଉଁ ଖେଳାଳି ଏହାକୁ ବିକୃତ କରିଛନ୍ତି, ସେକଥା ଜଣା ପଡ଼ି ନଥିଲା। କିନ୍ତୁ ସେଣ୍ଟ୍ରାଲ ପଞ୍ଜାବର ଅଧିନାୟକ ହିସାବରେ ପିସିବି ଆଗରେ ଶେହଜାଦ୍ ଜବାବ ରଖିଥିଲେ। ହେଲେ ଏଥିରେ ପିସିବି ସନ୍ତୁଷ୍ଟ ହୋଇନାହିଁ। ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯାଇଥିବା ସୂଚନା ମିଳିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories