www.samajalive.in
Thursday, December 11, 2025
27.1 C
Bhubaneswar

‘ହାଓଡି ମୋଦୀ’ ପରେ ବ୍ୟାଙ୍କକ୍ ରେ ‘ସ୍ବାୱସଦି ପିଏମ ମୋଦୀ’

ବ୍ୟାଙ୍କକ୍ : ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ନରେ ବ୍ୟାଙ୍କକ୍ ରେ ପହଞ୍ଚିଛନ୍ତି।ଆଜି ସନ୍ଧ୍ୟା ୬ଟାରେ  ସେ ବ୍ୟାଙ୍କକ୍ ଠାରେ ଥାଇଲ୍ୟାଣ୍ଡରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମର ନାମ ‘ସ୍ବାୱସଦି ପିଏମ ମୋଦୀ’ ରଖାଯାଇଛି। ନେସନାଲ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଷ୍ଟାଡିୟମର ସମସ୍ତ ସିଟ୍ ବୁକ୍ ହୋଇଯାଇଥିବା ଆୟାଜକମାନେ କହିଛନ୍ତି। କାର୍ଯ୍ୟକ୍ରମର ଆୟୋଜକ ଅତୁଲ ଯୋଗାନୀ କହିଛନ୍ତି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାଙ୍କକ୍ ରେ  ବସବାସ କରୁଥିବା ଭାରତୀୟମାନଙ୍କୁ ଉଦବୋଧନ ଦେବେ। ମୋଦୀଙ୍କୁ ଶୁଣିବା ପାଇଁ ଲେକେ ଉତ୍କଣ୍ଠାର ପ୍ରତୀକ୍ଷା କରି ରହିଛନ୍ତି।

ସୂଚନାଯୋଗ୍ୟ ଥାଇଲାଣ୍ଡରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କର ସେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ।

- Advertisement -

ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏକ ବିବୃତ୍ତି ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଆସିଆନ୍‍ ଦେଶଗୁଡ଼ିକ ସହ
ଯୋଗାଯୋଗ ବୃଦ୍ଧି କରିବାକୁ ଅତ୍ୟନ୍ତ ଆଗ୍ରହୀ। ଆସିଆନ୍‍ ସମ୍ବନ୍ଧୀୟ ଶିଖର ବୈଠକଗୁଡ଼ିକ ଭାରତର ବୈଦେଶିକ ନୀତି ବିଶେଷକରି ଭାରତର ଆକ୍ଟ ଇଷ୍ଟ ନୀତିର ମୁଖ୍ୟ ଉପାଦାନ।  ସେ କହିଛନ୍ତି, ବିଭିନ୍ନ ବିଶ୍ୱ ନେତାଙ୍କ ସହ ତାଙ୍କର ଆଲୋଚନାରେ ଦ୍ୱିପକ୍ଷୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବ ଏସିଆ ଶିଖର ବୈଠକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳପାଇଁ ଭାରତର ଭିଜନ୍‍କୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିବ। ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକରେ ନେତୃବୃନ୍ଦ ଏଥିରେ ଘଟିଥିବା ଅଗ୍ରଗତିକୁ ସମୀକ୍ଷା କରିବେ। ଶ୍ରୀ ମୋଦୀ କହିଛନ୍ତି, ଶିଖର ବୈଠକ ସମୟରେ ନେତାମାନେ ବାଣିଜ୍ୟ, ସେବା ଓ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତର ସ୍ୱାର୍ଥ ସଠିକ୍‍ ରୂପେ ସାଧନ ହେଉଛି କି
ନାହିଁ, ସେ ବିଷୟରେ ବିଚାର ବିମର୍ଷ କରିବେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories