ମୁମ୍ବଇ : ୨୦୧୯ ମୋଟର ଯାନ ସଂଶୋଧନ ଆଇନ ରାଜସ୍ୱ ଆଦାୟ ଲକ୍ଷ୍ୟରେ ପ୍ରଣୟନ କରାଯାଇ ନାହିଁ, ଏହା ଲୋକମାନଙ୍କର ଜୀବନ ରକ୍ଷାପାଇଁ ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି।
ମୁମ୍ବଇରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ କହିଛନ୍ତି, ଦେଶରେ ପ୍ରତିବର୍ଷ ଦେଢ଼ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ଆହୁରି ଅନେକ ଲୋକ ସବୁଦିନ ପାଇଁ ଅକର୍ମଣ୍ୟ ହୋଇପଡ଼ୁଛନ୍ତି। ସେ କହିଛନ୍ତି, ଯେହେତୁ ଏହି ଆଇନ ଯୁଗ୍ମ ତାଲିକା ଅଧୀନରେ ଆସୁଛି, ସେଦୃଷ୍ଟିରୁ ରାଜ୍ୟ ସରକାରମାନେ ଟ୍ରାଫିକ୍ ନିୟମ ଉଲଙ୍ଘନ କ୍ଷେତ୍ରରେ ଜୋରିମାନା ଆଦାୟର ପରିମାଣ ନିର୍ଦ୍ଧାରଣ କରିପାରିବେ।
୨୦୧୯ ମୋଟର ଯାନ ସଂଶୋଧନ ଆଇନ ଅଧିକ ରାଜସ୍ୱ ଆଦାୟ ପାଇଁ ନୁହେଁ : ଗଡ଼କରୀ
Popular Categories



