ଆଇପିଏଲ୍ କ୍ରିକେଟ : ବାଙ୍ଗାଲୋର-ରାଜସ୍ଥାନ ଏବଂ ହାଇଦରାବାଦ-କଲକାତା ମଧ୍ୟରେ ମୁକାବିଲା

0

ଜୟପୁର/ହାଇଦରାବାଦ : ଆଇପିଏଲ୍ କ୍ରିକେଟ ୨୦୧୮ରେ ଶନିବାର ଦୂଇଟି ମ୍ୟାଚ ଅନୁଷ୍ଠିତ ହେଉଛି। ଜୟପୁରରେ ରାଜସ୍ଥାନ ରୟାଲସ୍ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅପରାହ୍ନ ୪ଟାରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ହାଇଦରାବାଦରେ ରାତି ୮ଟାରେ ସନ୍ ରାଇଜର୍ସ ହାଇଦରାବାଦ ଏବଂ କଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେଉଛି।

ସମସ୍ତେ ଦଳ ୧୩ଟି ଲେଖାଁଏ ମ୍ୟାଚ ଖେଳି ସାରିବା ପରେ ଦଳୀୟ ସ୍ଥିତିକୁ ଲକ୍ଷ୍ୟ କଲେ ଜଣାଯାଏ ସନ୍ ରାଇଜର୍ସ ହାଇଦରାବାଦ ୧୩ଟି ମ୍ୟାଚ ଖେଳି ୯ଟି ବିଜୟ ୪ଟି ପରାଜୟ ସହିତ ୧୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି।  ଚେନ୍ନଇ ସୁପର କିଙ୍ଗସ୍ ୧୩ଟି ମ୍ୟାଚ ଖେଳି ୮ଟି ବିଜୟ ୫ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୨ୟ ସ୍ଥାନରେ ରହିଛି। କଲକାତା ନାଇଟ ରାଇଡର୍ସ ୧୩ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୬ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି। ସେହିପରି  ମୁମ୍ବଇ ଇଣ୍ଡିଆନ୍ସ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।

ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ୫ମ  ସ୍ଥାନରେ ରହିଛି।ରାଜସ୍ଥାନ ରୟାଲସ୍ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସେହିପରି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୩ଟି ମ୍ୟାଚରୁ  ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୭ମ ସ୍ଥାନରେ ରହିଛି। ଦିଲ୍ଲୀ ଡେୟାର ଡେଭିଲସ୍ ୧୩ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୯ଟି ପରାଜୟ ସହିତ ୮ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

 

Leave A Reply