www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ଏସସିବିରେ ​ରୋଗୀଙ୍କୁ ଫଳ ବାଣ୍ଟିଲେ ହାଇକୋର୍ଟ ମୁଖ୍ୟ ବିଚାରପତି‌

କଟକ: ଦେଶବ୍ୟାପୀ ପାଳନ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଗୁରୁବାର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମାନସିକ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ। ପ୍ରଥମେ ରୋଗୀମାନଙ୍କୁ ଫଳ ବାଣ୍ଟିବା ଓ ସେମାନଙ୍କ ସହ ଆଲୋଚନା ପରେ ପରେ ବିଭିନ୍ନ ନର୍ସିଂ ଷ୍ଟାଫଙ୍କ ଦ୍ବାରା କରାଯାଇଥିବା ଚିତ୍ରକଳାକୁ ବୁଲି ଦେଖିଥିଲେ ମୁଖ୍ୟବିଚାରପତି। ଏହାପରେ ମାନସିକ ବିଭାଗରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମାନସିକ ରୋଗର ସଠିକ ଚିକିତ୍ସା ଓ ନିରକାରଣ ଦିଗରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା କିପରି ଅଧିକ ହୋଇପାରିବ ତାହା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦେଶ୍ୟ। ଏହାବ୍ୟତୀତ ଆଧ୍ୟାତ୍ମିକ ଶିକ୍ଷା ମେଡିକାଲ ପାଠ୍ୟକ୍ରମରେ ସାମିଲ କରିବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶା ହେଲ୍‌ଥ ୟୁନିଭର୍ସିଟିର କୁଳପତି ମାନସ ରଞ୍ଜନ ସାହୁ।

ଏହାବ୍ୟତୀତ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ମତରେ, ମହାଭାରତ ଯୁଦ୍ଧ ସମୟରେ ମଧ୍ୟ ମାନସିକ ଚାପ ଓ ବିଷାଦ ପରିଲକ୍ଷିତ ହେଇଥିଲା। ଅର୍ଜୁନ ଯେତେବେଳେ ବିଷାଦଗ୍ରସ୍ତ ଥିଲେ, ସେ ସମୟରେ ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ବିଷାଦ ଭାବରୁ ମୁକ୍ତ କରିଥିଲେ। ବର୍ତ୍ତମାନ ସମୟରେ ମଧ୍ୟ ପ୍ରତି ମୁହୂର୍ତ୍ତରେ ମଣିଷ ଏହି ସ୍ତର ଦେଇ ଗତି କରୁଛି। ତେଣୁ ଏହି ଦିଗରୁ କିପରି ନିବୃତ ରହିବା ସେନେଇ ଆଜିର ଦିନରେ ସମସ୍ତେ ନିଶ୍ଚୟ କରିବା ଆବଶ୍ୟକ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମତରେ, ଡବ୍ଲ୍ୟୁଏଚଓର ରିପୋର୍ଟ ଅନୁସାରେ ଭାରତରେ ୧୨.୫% ଲୋକଙ୍କଠାରେ ଦେଖାଦେଉଛି ଏହି ମାନସିକ ରୋଗ। ଯଦି ମଣିଷ କୌଣସି ଅଙ୍ଗ କଷ୍ଟ ଅନୁଭବ କରେ ସେହି ଅନୁସାରେ ମସ୍ତିକ ମଧ୍ୟ କଷ୍ଟ ପାଏ। ଯଦି ସେହି ଅଙ୍ଗ ଡାକ୍ତର ଅପରେସନ ପରେ ମଧ୍ୟ ବଞ୍ଚିବାର ସମ୍ଭାବନା କମ୍ ଥାଏ। ଏହା ମାନସିକ କଷ୍ଟକୁ ଦ୍ବିଗୁଣିତ କରେ। କେବଳ ହସ୍ପିଟାଲ ଚିକିତ୍ସା କ୍ଷେତ୍ର ନୁହଁ ବରଂ ନିଜେ ଡାକ୍ତର ମଧ୍ୟ ମାନସିକ, ଶାରୀରିକ ସୁସ୍ଥ ରହିବା ସହ ଯୋଜନା ଆଧାରରେ ସବୁ ସ୍ଥାନରେ ଏହି ଚିକିତ୍ସା ସଚେତନତା କରିବା ଆବଶ୍ୟକ। ବିଶ୍ୱରେ ବିଭିନ୍ନ ପ୍ରକାର ମାନସିକ ରୋଗ ରହିଛି। ଜିମ୍ ଯିବା ଓ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ମିଳେ। କେବଳ ହସ୍ପିଟାଲରେ ନୁହେଁ ବିଭିନ୍ନ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନରେ ଏହି ସଚେତନତା ବାର୍ତା ଦେବା ମଧ୍ୟ ଆବଶ୍ୟକ। ଜୀବନରେ ବିଭିନ୍ନ ସମୟରେ ମାନସିକ ଚାପ ରହିବ କିନ୍ତୁ ଆମେ ଭାଙ୍ଗି ନ ପଡ଼ି ଏହାର ମୁକାବିଲା କରିବା ଆବଶ୍ୟକ। ବିଭାଗୀୟ ମୁଖ୍ୟଙ୍କ ମତରେ ଚଳିତବର୍ଷ ଏହି ଦିବସରେ ଏକ ସ୍ଲୋଗାନକୁ ଗୁରୁତ୍ୱ ଦିଆଯାଇଛି, ତାହା ହେଉଛି କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟର ପ୍ରାଥମିକତା। କାହିଁକି ନା ଯେତେବେଳ କର୍ମ କ୍ଷେତ୍ରରେ ମଣିଷ ମଜି ଯାଉଛି ସେହି ସ୍ଥଳରେ ତା’ର ମାନସିକ ସ୍ଥିତି ବିଗିଡିବାର ସମ୍ଭାବନା ରହୁଛି। ସୁସ୍ଥ ରହିବା ପାଇଁ ଶାରୀରିକ ସ୍ବାସ୍ଥ୍ୟ, ମାନସିକ ଓ ସାମାଜିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର। କର୍ମ କ୍ଷେତ୍ରରେ ଯଦି ଏହି ତିନି ଉପାଦେୟତାକୁ ଗ୍ରହଣ କରିବା, ତେବେ ନିଶ୍ଚୟ କର୍ମରେ ସମୃଦ୍ଧି ହେବ ବୋଲି ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି, ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ମାନସିକ ରୋଗ ବିଭାଗର ମୁଖ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ରହିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories