www.samajalive.in
Saturday, December 6, 2025
23.1 C
Bhubaneswar

ଧକ୍କା ଦେଲା ଟ୍ୟାଙ୍କର: ଚାଲିଗଲା ଦୁଇ ସଢୁଙ୍କ ଜୀବନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅଳାବାଙ୍କ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳେ ଟ୍ୟାଙ୍କର ଧକ୍କାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଭବାନୀ ପ୍ରସାଦ ମହାପାତ୍ର ବୋଲି ଜଣାପଡିଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଜଣେ ମୃତକଙ୍କର ପରିଚୟ ମିଳିପାରିନାହିଁ। ଉଭୟ ସମ୍ପର୍କରେ ସଢୁ ବୋଲି ଜଣାପଡିଛି। ସୂଚନା ଅନୁସାରେ ସାନ ସଢୁର ଝିଅ ଏକୋଇସାକୁ ବଡ ସଢୁ ଲଳିତଗିରିକୁ ଯାଇଥିଲେ।  ଆଜି ସକାଳେ ସାନ ସଢୁ ବଡ଼ ସଢୁଙ୍କୁ ବାଇକ ଯୋଗେ ପାରାଦୀପ ଛାଡ଼ିବାକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର ଉଭୟଙ୍କୁ ଧକ୍କା ଦେଇଥିଲା। ଉଭୟ ତଳେ ପଡିଯାଇଥିଲେ। ଏବଂ ଟ୍ୟାଙ୍କରଟି ଉଭୟଙ୍କ ଉପରେ ଚଢିଯାଇଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories