www.samajalive.in
Saturday, December 6, 2025
26.1 C
Bhubaneswar

ବିଖ୍ୟାତ ଡାକ୍ତର ପି.ବେଣୁଗୋପାଳଙ୍କ ପରଲୋକ; ଭାରତରେ ପ୍ରଥମ ହାର୍ଟ ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ହୃତପିଣ୍ଡ ପ୍ରତିରୋପଣ କରି ଇତିହାସ ରଚିଥିବା ଡାକ୍ତର ପି.ବେଣୁଗୋପାଳଙ୍କ ପରଲୋକ ହୋଇଛି। ୮୨ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀର ଏମ୍ସର ପୂର୍ବତନ ନିର୍ଦେଶକ ରହିବା ସହ ସେଠାରେ ଡାକ୍ତର ବେଣୁଗୋପାଳ ହୃଦରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅସ୍ତ୍ରୋପଚାର କରିଥିଲେ ବେଣୁଗୋପାଳ। ମାତ୍ର ୧୬ବର୍ଷ ବୟସରେ ଏମ୍ସରେ ଏମବିବିଏସ ଛାତ୍ର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେଠାରେ ସେ ଟପ୍‌‌ ଡାକ୍ତର ଭାବେ ଉଭା ହୋଇଥିଲେ। କେବଳ ସେତିକି ନୁହେଁ କାର୍ଡିଓଲୋଜିରେ ବିଶେଷଜ୍ଞତା ହାସଲ କରିବା ପରେ ୧୯୯୪ମସିହାରେ ଭାରତରେ ପ୍ରଥମ ପେସ୍‌‌ ମେକର ଇମ୍ପ୍ଲାଣ୍ଟ ଓ ହୃଦୟ ପ୍ରତିରୋପଣ କରି ଚିକିତ୍ସା କ୍ଷେତ୍ରରେ ଐତିହାସିକ ଅବଦାନ ଦେଇଥିଲେ। ୫୦ହଜାରରୁ ଅଧିକ ହାର୍ଟ ଅସ୍ତ୍ରୋପଚାର କରିଥିଲେ ବେଣୁଗୋପାଳ। ଏଭଳି ସେବା ପ୍ରଦାନ ପାଇଁ ଭାରତ ସରକାର ତାଙ୍କୁ ୧୯୯୮ମସିହାରେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ।
ଇନ୍ଦିରା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ସ୍ମୃତି ଉପରେ ଆଧାରିତ ପୁସ୍ତକ ‘ହାର୍ଟଫେଲ୍ଟ’କୁ ୨୦୨୩ରେ ଉନ୍ମୋଚନ କରିଥିଲେ। ଡାକ୍ତର ବେଣୁଗୋପାଳଙ୍କ ବିୟୋଗରେ କେବଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୋକ ପ୍ରକାଶ କରିଛନ୍ତି। ଏମ୍ସ, ଆରଡବ୍ଲୁଏ, ଫେଡେରେସନ ଅଫ୍‌‌ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଇତ୍ୟାଦିର ଅଧ୍ୟାପକ ସଂଘ ମଧ୍ୟ ବେଣୁଗୋପାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories