ଖଣ୍ଡଗିରି ଥାନାରେ ପୁଲିସକୁ ନାଲିଆଖି, ମହିଳାଙ୍କ ନାଁରେ ମାମଲା

ସମାଜ ଡିଜିଟାଲ ଡେସ୍କ: ଖଣ୍ଡଗିରି ଥାନାରେ ପୁଲିସ କର୍ମଚାରୀଙ୍କୁ ନାଲିଆଖି ଦେଖାଇଛନ୍ତି ଜଣେ ମହିଳା। ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଳିଗୁଲଜ କରିଛନ୍ତି। ଏ ନେଇ ସମ୍ପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଏହା ପରେ ତାଙ୍କୁ ଏକ ନୋଟିସ ଦେଇ ପୁଲିସ ଥାନାରୁ ଛାଡ଼ି ଦେଇଛି। ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ଵର ଡିସିପି ପିନାକ ମିଶ୍ର କହିଛନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।

Comments are closed.