www.samajalive.in
Monday, December 15, 2025
16.1 C
Bhubaneswar

ଗୋଟିଏ ପଙ୍ଖା, ୨ଟି ବଲ୍‌ବ: ବିଦ୍ୟୁତ ବିଲ୍‌ ଆସିଲା ୧ ଲକ୍ଷ, ଆତ୍ମହତ୍ୟା କଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ଅନେକ ସମୟରେ ଉପଭୋକ୍ତାଙ୍କ ନିକଟକୁ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ୍ ଆସିଥାଏ। ୫୦୦ କିମ୍ବା ୧ ହଜାର ଟଙ୍କା ବଦଳରେ ବେଳେବେଳେ ୫୦ ହଜାର କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ଆସେ। ହେଲେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଏପରି ଦାୟିତ୍ଵହୀନତା ଯୋଗୁ ଜଣେ ଯୁବକ ବିଚଳିତ ହୋଇ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓରେ ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି।

ଉନ୍ନାଓର ଅଚଲଗଞ୍ଜ ଥାନା ଅନ୍ତର୍ଗତ କୁଶଲପୁର ଭସୈନା ଗାଁj ଶୁଭବ ରାଜପୁର ମଜୁରୀ ଲାଗି ପରିବାର ପୋଷଣ କରୁଥିଲେ। ବିଦ୍ୟୁତ ବିଭାଗର ତ୍ରୁଟି ଯୋଗୁ ଗତ ମାସରେ ଘରକୁ ୧ ଲକ୍ଷରୁ ଅଧିକ ଟଙ୍କା ବିଲ୍‌ ଆସିଥିଲା। ଏ ନେଇ ସେ ବିଭାଗରେ ଅଭିଯୋଗ ଜଣାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ବରଂ ଓଲଟି ପରବର୍ତ୍ତୀ ମାସରେ ପୁନର୍ବାର ୮ ହଜାର ଟଙ୍କା ବିଲ୍‌ ଆସିଥିଲା। ଘରେ ଗୋଟିଏ ପଙ୍ଖା, ୨ଟି ବଲ୍‌ବ ଏବଂ ଗୋଟି ଟିଭି ଚାଲୁଥିବାବେଳେ ବାରମ୍ବାର ଏପରି ବିଲ୍ ଆସିବାରୁ ଶୁଭମ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସମ୍ପର୍କରେ ରାଜ୍ୟ ଶକ୍ତି ମନ୍ତ୍ରୀ ଅବଗତ ହେବା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories