www.samajalive.in
Monday, December 15, 2025
24.1 C
Bhubaneswar

ହରିୟାଣାରେ କଂଗ୍ରେସକୁ ଜେଜେପିର ଅଫର; ମୁଖ୍ୟମନ୍ତ୍ରୀ ପଦ ଦିଅ, ସମର୍ଥନ ନିଅ

ଚଣ୍ଡୀଗଡ଼: ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରିହଛି। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ନ ପାଇବା ଯାଏ କିଏ ସରକାର ଗଠନ କରିବ ତାହା କହିବା ମୁସ୍କିଲ। କାରଣ ୯୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ସରକାର ଗଠନ ପାଇଁ ୪୬ ଆସନରେ ବିଜୟ ଦରକାର। ଏବେ ସୁଦ୍ଧା ବିଜେପି ୩୮ ଆସନରେ ଆଗୁଆ ରହିଛି। କଂଗ୍ରେସ ୩୧ ଏବଂ ଜେଜେପି ୧୨ ଆସନରେ ଆଗୁଆ ରହିଛନ୍ତି। ସେହିପରି ଆଇଏନଏଲଡି ୨ଟି ଏବଂ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ଅଛନ୍ତି। ଫଳାଫଳ ପ୍ରକାଶ ପରେ ଯଦି ଏଠାରେ ଝୁଲା ସ୍ଥିତି ଉପୁଜେ ତେବେ ଦୁଷ୍ୟନ୍ତ ଚୌଟାଲାଙ୍କ ଜେଜେପି ସରକାର ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି। ଏହାମଧ୍ୟରେ ଦୁଷ୍ୟନ୍ତ ବି କଂଗ୍ରେସକୁ ଏକ ଅଫର ଦେଇଛନ୍ତି। ସେ କଂଗ୍ରେସକୁ କହିଛନ୍ତି, ଆମକୁ ମୁଖ୍ୟମନ୍ତ୍ରୀ ପଦବୀ ଦିଅ ଏବଂ ବଦଳରେ ଆମ ସମର୍ଥନ ନିଅ। ଅର୍ଥାତ ଝୁଲା ବିଧାନସଭା ହେଲେ ମେଣ୍ଟ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେଣୁ କଂଗ୍ରେସ ଯଦି ଜେଜେପି ସହିତ ମେଣ୍ଟ କରିବାକୁ ଚାହିଁବ ତା’ହେଲେ ଜେଜେପିକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ହେବ ବୋଲି ଦୁଷ୍ୟନ୍ତ କହିଛନ୍ତି।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories