www.samajalive.in
Monday, December 15, 2025
14.1 C
Bhubaneswar

୭୬ତମ ରାଜ୍ୟ ପୁଲିସ କବାଡି ଓ ଅଷ୍ଟମ ହ୍ୟାଣ୍ତବଲ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ୭୬ତମ ରାଜ୍ୟ ପୁଲିସ କବାଡି ଓ ଅଷ୍ଟମ ହ୍ୟାଣ୍ତବଲ ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ କଟକ ସ୍ଥିତ ଷଷ୍ଠ ସ୍ୱତନ୍ତ୍ର ବାଟାଲିୟନ ପରିସର ଠାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ଏକ ଚିତ୍ତାକର୍ଷକ ପ୍ୟାରେଡରେ ମୁଖ୍ୟ ଅତିଥି ବିନୟତୋଷ ମିଶ୍ର ଅଭିବାଦନ ଗ୍ରହଣ କରିଥିଲେ। ଖେଳାଳୀ ମାନଙ୍କୁ ଶୃଙ୍ଖଳା ଓ ଖେଳୁଆଡ ମନୋଭାବ ସହ ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରିବାକୁ ମୁଖ୍ୟ ଅତିଥି ଏହି ଅବସରରେ ପରାମର୍ଶ ଦେଇଥିଲେ। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଓଡିଶା ପୁଲିସରେ କ୍ରୀଡାର ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଉଦ୍ୟମ କରୁଥିବା କଥା ଏହି ଅବସରରେ କହିଥିଲେ।

ଏହି ପ୍ରତିଯୋଗିତାରେ ବିଭିନ୍ନ ପୋଲିସ ଜିଲ୍ଲା ଓ ପ୍ରତିଷ୍ଠାନ ମାନଙ୍କରୁ ୨୫ ଟି କବାଡି ଦଳ ଓ ୧୦ ଟି ହ୍ୟାଣ୍ତବଲ ଦଳର ୫୦୦ ରୁ ଉର୍ଦ୍ଦ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ସମୁଦାୟ ଆଠ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଖେଳ ସବୁ ଲିଗ୍ କମ୍ ନକ୍-ଆଉଟ୍ ଆଧାରରେ ଖେଳାଯିବ। ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ଓ ସେମି ଫାଇନାଲ ମ୍ୟାଚ ସବୁ ଅକ୍ଟୋବର ୨୪ ତାରିଖରେ ଖେଳାଯାଇ ୨୫ ତାରିଖରେ ଫାଇନାଲ ପ୍ରତିଯୋଗିତା ଖେଳାଯିବ। ଉଦ୍‌ଯାପନୀ ଉତ୍ସବରେ ସ୍ୱତନ୍ତ୍ର ସଶସ୍ତ୍ର ପୁଲିସର ସ୍ୱତନ୍ତ୍ର ଡି.ଜି ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଛି। ଆଜି ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବାର କାର୍ୟ୍ୟକ୍ରମ ରହିଛି। ଏହି ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଏସ୍.ଏ.ପି ର ଆଇ.ଜି  ଯତୀନ୍ଦ୍ର କୋଏଲ, ଷଷ୍ଠ ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ରାଜ୍ୟ ପୁଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ବିଭୁତି ଭୂଷଣ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories