ହାଇଦରାବାଦ : ଆନ୍ଧ୍ରପ୍ରଦେଶରେ ସରକାରୀ ଚାକିରରେ ନିଯୁକ୍ତି ପାଇଁ ଆଉ ବ୍ୟକ୍ତିଗତ ସାକ୍ଷାତକାର ହେବନାହିଁ । ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ବ୍ୟକ୍ତିଗତ ସାକ୍ଷାତକାର ନକରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ନିଯୁକ୍ତି ପାଇଁ କେବଳ ଲିଖିତ ପରୀକ୍ଷା କରିବା ଲାଗି ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରାଇବା ପାଇଁ ଆନ୍ଧ୍ରପ୍ରଦେଶ ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ପଡିଥିବା ସରକାରୀ ପଦବୀ ଗୁଡ଼ିକ ପୂରଣ ପାଇଁ ପ୍ରସ୍ତାବିତ ବାର୍ଷିକ ନିଯୁକ୍ତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ରେଡ୍ଡୀ ଏହା କହିଛନ୍ତି।
ପ୍ରତିବର୍ଷ ଜାନୁଆରୀ ପହିଲାରୁ ୩୧ ତାରିଖ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗତ ମାସରେ ଶ୍ରୀ ରେଡ୍ଡୀ ଘୋଷଣା କରିଥିଲେ।



