www.samajalive.in
Tuesday, December 9, 2025
17.1 C
Bhubaneswar

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷିତ, ମହିଳା ଦଳରେ ୩ଓଡ଼ିଆ ସାମିଲ

ଭୁବନେଶ୍ୱର : ଆସନ୍ତା ମାସ  ନଭେମ୍ବର ୧ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଅଲମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥିରେ ୧୮ ଜଣିଆ ଭାରତୀୟ ପୁରୁଷ ଦଳ ଓ ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ୧୮ଜଣିଆ ମହିଳା ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି, ଡିଫେଣ୍ଡର ଡିପ୍‌ ଗ୍ରେସ ଏକ୍କା, ମିଡଫଲଡର ନୀଳିମା ଏକ୍କା ଓ ନମିତା ଟପ୍ପୋ ।
ସେହିଭଳି ୧୮ଜଣିଆ ପୁରୁଷ ହକି ଦଳରେ ଜଣେ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ତାଙ୍କର ନାମ ଅମିତ ରୋହିଦାସ।

୧୮ ଜଣିଆ ଭାରତୀୟ ପୁରୁଷ ଦଳ

- Advertisement -

ମନପ୍ରୀତ ସିଂ (ଅଧିନାୟକ), ଏସଭି ସୁନୀଲ (ଉପ ଅଧିନାୟକ), ପିଆର ଶ୍ରୀଜେସ,କ୍ରିଷ୍ଣନ ପାଠକ, ହରମନପ୍ରିତ ସିଂ,ବରୁଣ କୁମାର, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂ, ରୁପିନ୍ଦର ପାଲ ସିଂ, ଅମିତ ରୋହିଦାସ,ନାଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଲଲିତ ଉପାଧ୍ୟାୟ, ମନଦୀପ ସିଂ, ଆକାଶଦୀପ ସିଂ, ରମନଦୀପ ସିଂ ଓ ସିମରନଜିତ ସିଂ ।

୧୮ ଜଣିଆ ଭାରତୀୟ ମହିଳା ଦଳ

ରାଣୀ ରାମପାଲ(ଅଧିନାୟକ), ସବିତା(ଉପ-ଅଧିନାୟକ), ରଜନୀ ଏତିମାରପୁ, ଡିପ୍‌ ଗ୍ରେସ ଏକ୍କା, ଗୁରୁଜିତ୍ କୌର, ରିନା ଖୋକ୍କର, ସାଲିମା ଟେଟେ, ସୁସିଲା, ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଲିମା, ନମିତା ଟପୋ, ବନ୍ଦନା, eବନିତ କୌର, ନବଜୋତ କୌର, ଲାଲରେମସିଆମି, ସର୍ମିଲା ଦେବୀ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories