ଓଡିଶା ସରକାର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଏସଡିଆଇ ପରିଦର୍ଶନ

ଭୁବନେଶ୍ୱର :ଆଜି ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶୃଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର ତରାବୋଇ ସ୍ଥିତ ଦକ୍ଷତା ବିକାଶ ସଂସ୍ଥା ପରିଦର୍ଶନ କରି ଅନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ଅନୁଧ୍ୟାନ କରିବାସହ ଅନୁଷ୍ଠାନର ମଧୁସୂଦନ ସମ୍ମିଳନୀ କକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ସଂସ୍ଥା କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝି ଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଉକ୍ତ ଅନୁଷ୍ଠାନ ପରିଦର୍ଶନ ପ୍ରଥମ ଥର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଯଥାକ୍ରମେ କୌଶଳ ଭାରତ-କୁଶଳ ଭାରତ ଏବଂ ନୁଆ ଓଡିଶା ଅଭିଯାନ ଯୋଜନାରେ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରି କୁଶଳୀ କରାଇ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାରେ ଦକ୍ଷତା ବିକାଶ ସଂସ୍ଥା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପୋଷଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦକ୍ଷତା ବିକାଶ ସଂସ୍ଥା ଏବଂ ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦେଶାଳୟ ମଧ୍ୟରେ ଏକ ବର୍ଷ ପାଇଁ ନୁଆ ଓଡିଶା ଅଧୀନ ଓଡିଶାର ବେକାର ଯୁବକ ଯୁବତୀମାନଙ୍କୁ ନୂତନ ଉନ୍ନତ ଅଭିଳାଶା ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ରାଜି ନାମା ସ୍ୱାକ୍ଷରିତ ହୋଇଥିଲା। ବୈଠକରେ ରାଜ୍ୟ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ରଶ୍ମିତା ପଣ୍ଡା, ଅତିରିକ୍ତ ନିର୍ଦେଶକ ଆର ଏମ ଖିଲାର, ଉପନିର୍ଦେଶକ ବିଜୟ କୁମାର ପାତ୍ର, ସିଇଓ, ଏସଡିଆଇ ରଞ୍ଜନ ଭୌମିକ, ସିଓଓ, ରାଜେଶ କୁମାର ତ୍ରିପାଠୀ, ଡିଜିଏମ, ତାଲିମ, ନିହାର ରଞ୍ଜନ ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଅରୁଣ ପ୍ରଧାନ, ଖୋର୍ଦ୍ଧା ଜିଲା ଉପନିର୍ଦ୍ଧେଶକ, ଦକ୍ଷତା ବିକାଶ ଏବଂ ନିଯୁକ୍ତିଙ୍କ ସମେତ ଜିଲ୍ଲାଆସୁଚନା ଓ ଲୋକସମ୍ପର୍କ ଅଧିକାରୀ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ତଥା ଏସ ଡି ଆଇ ସଂସ୍ଥାର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ।

Comments are closed.