ବୈତରଣୀ ନଦୀର ସୁନାମନୀ ଠାରେ ଫଟୋ ଉଠାଇବା ହେଲା କାଳ; ନଦୀରେ ବୁଡି ଯାଇ ଛାତ୍ର ମୃତ
ଠାକୁରମୁଣ୍ଡା:ଆଜି ୬ ଜଣ ଛାତ୍ର ସାଙ୍ଗ ହୋଇ ବୈତରଣୀ ନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସୁନାମୁନି ବୁଲି ବାକୁ ଆସି ଜଣେ ଛାତ୍ର ନଦୀର ପାଣି ସ୍ରୋତରେ ଭାସି ଯାଇ ମୃତୁ ଘଟିଥିବା ଜଣାପଡିଛି।
ସୂଚନା ଅନୁଯାୟୀ କରଞ୍ଜିଆ ଏନଏସି ଅନ୍ତର୍ଗତ କରଡ଼ିହାର ରବି ଯାଦବଙ୍କ ପୁଅ ମନୋଜ ଯାଦବ (୧୪) ବର୍ଷ ବିକାଶ କନଭେଣ୍ଟ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର। କରଞ୍ଜିଆରୁ ୬ ଜଣ ସାଙ୍ଗ ସହିତ ମନୋଜ ଠାକୁରମୁଣ୍ଡା ବ୍ଲକ ସୀମାନ୍ତ କେନ୍ଦୁଝର ଜିଲା ଆନନ୍ଦପୁରର ଥାନା ଅନ୍ତର୍ଗତ ମୋନହରପୁର ପଞ୍ଚାୟତ ବୈତରଣୀ ନଦୀର ସୁନାମୁନି କୁ ବୁଲିବା ପାଇଁ ସକାଳ୮ଟାରେ ଆସି ପହଞ୍ଚିଥିଲେ।
ସୁନାମୁନିରେ ପହଞ୍ଚିଥିବା ପରେ ମନୋଜ ଫଟୋ ଉଠାଇବାକୁ ନଦୀର ପାଣି ଭିତରେ ପଶିଥିଲେ।ଏହି ସମୟରେ ନଦୀର ପାଣି ସ୍ରୋତ ତାଙ୍କୁ ଭସାଇ ନେଇ ଯାଇଥିଲା। ପ୍ରଥମେ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପହଁରା ଜାଣିନଥିବାରୁ ନଦୀ ସ୍ରୋତରେ ମନୋଜ ଭାସି ଯାଇଥିଲା । ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଦୀ ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ମନୋଜକୁ ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ପୁଲିସ କେସ୍ ନଂ ୨୦/୨୦୨୪ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Comments are closed.