ରାଞ୍ଚି : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନିଟିକିଆ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ ଆସନ୍ତାକାଲିଠାରୁ ଝାଡଖଣ୍ଡର ରାଞ୍ଚିରେ ଖେଳାଯିବ। ପୂର୍ବରୁ ଦୁଇଟି ଟେଷ୍ଟରେ ବିଜୟ ସହ ସିରିଜ ଜିତି ସାରିଥିବା ଭାରତୀୟ ଦଳର ମନବଳ ଦୃଢ ରହିଛି। ଏହି ଅନ୍ତିମ ଟେଷ୍ଟରେ ବିଜୟ ସହ କ୍ଲିନସୁଇପ୍ ଲକ୍ଷ୍ୟରେ ରହିବ ବିରାଟ ବାହିନୀ। । ଭାରତ ପାଇଁ ଏହି ଟେଷ୍ଟ କେବଳ ଅନପୌଚାରିକ ରହିଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ଏହି ଟେଷ୍ଟକୁ ଜିତି ସିରିଜ ୨-୧କରିବାକୁ ଚାହିଁବ।

ତିନିଟିକିଆ ସିରିଜର ପ୍ରଥମ ଦୁଇଟି ଟେଷ୍ଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ସବୁ ବିଭାଗରେ ହରାଇଥିଲା। ଭାରତ ପ୍ରଥମ ତଥା ବିଶାଖାପାଟଣା ଟେଷ୍ଟକୁ ୨୦୩ ରନରେ ଜିତିଥିଲା ଏବଂ ଦ୍ବିତୀୟ ତଥା ପୁଣେ ଟେଷ୍ଟକୁ ଗୋଟିଏ ଇନିଂସ୍ ଓ ୧୩୭ ରନରେ ବିଜୟ ଲାଭ କରିଥିଲା।



