Patra electronics

ଗୁଗୁଲରେ ଏସବୁ ସର୍ଚ୍ଚ କରୁଛନ୍ତି କି ? ସାବଧାନ !

0

ବର୍ତ୍ତମାନ ପରିସ୍ଥିତିରେ ସ୍ମାର୍ଟଫୋନର ଉପଯୋଗିତା ଓ ଆବଶ୍ୟକତା ଦିନକୁଦିନ ବଢ଼ିବାରେ ଲାଗିଛି। ଯାହାର ଯେ କୌଣସି ଆବଶ୍ୟକତା, ସେ ତୁରନ୍ତ ସ୍ମାର୍ଟଫୋନ୍ ସହାୟତାରେ ସେସବୁ ଖୋଜିପାରିଥାଏ। କେଉଁ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତି, ଡିଜାଇନର ପୋଷାକ ତିଆରି କିମ୍ବା ଘର ପାଇଁ ଉପଯୋଗୀ ଟିପ୍ସ, ଏସବୁର ଆବଶ୍ୟକତା ଅଧିକ କରିଥାନ୍ତି ଲୋକେ। ତେବେ ଗୁଗୁଲରେ ଏଭଳି କେତେକ ସାଇଟ୍ ଅଛି, ଯାହାକୁ ବାରମ୍ବାର ସର୍ଚ୍ଚ କଲେ ସେହି ବ୍ୟକ୍ତିିଙ୍କୁ ତୁରନ୍ତ ଜେରା ହେବା ସହ ଦଣ୍ଡ ଦିଆଯାଇଥାଏ।

ଯେପରି ଗୁଗୁଲ ଯାଇ ପିଲାଙ୍କ ସଂଶ୍ଲିଷ୍ଟ ଅଶ୍ଳୀଳ ଭିଡିଓ ନିୟମିତ ସର୍ଚ୍ଚ କରୁଥିଲେ, ବୋମା କିଭଳି ତିଆରି ହୋଇଥାଏ, ଏଭ ଭିଡିଓ ନିୟମିତ ଭାବେ ଦେଖୁଥିବା ଲୋକଙ୍କ ଉପରେ ସରକାରଙ୍କ ଗୁପ୍ତ ସୁରକ୍ଷା କର୍ମୀ ବରାବର ନଜର ରଖିଥାନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଏ ନେଇ ଜେରା କରାଯିବା ସହ ତୁରନ୍ତ ଦଣ୍ଡବିଧାନ ହୋଇଥାଏ। ଏବେ ଏନେଇ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି।

Leave A Reply