www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ପରିଚୟ ଦେଇ ଲୁଟୁଥିଲେ ; ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ଗତ ଏକ ବର୍ଷ ଧରି ବ୍ରହ୍ମପୁର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଲିସ ଓ ସିବିଆଇ ବୋଲି ପରିଚୟ ଦେଇ ଲୁଟ କରୁଥିବା ଅପରାଧୀ ଗ୍ୟାଙ୍ଗର ମୁଖିଆକୁ ବୁଧବାର ନୂଆଗାଁ ପୁଲିସ ଗିରଫ କରିଛି । ତାର ନାଁ ସିକନ୍ଦର ଅଲ୍ଲୀ ବୋଲି ଜଣାପଡ଼ିଛି ।

 ସୂଚନା ଅନୁଯାୟୀ, ଗ୍ୟାଙ୍ଗର ମୁଖିଆ ସିକନ୍ଦର ଅଲ୍ଲୀ କର୍ଣ୍ଣାଟକ ବିଦାର ଜିଲାରେ ରହୁଥିଲା । ଏହି ଗ୍ୟାଙ୍ଗର ଅପରାଧିମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଲିସ ଓ ସିବିଆଇ ବୋଲି ପରିଚୟ ଦେଇ ପଥଚାରୀଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରୁଥିଲେ ।  ଇରାନିଆନ ନାମକ ଏହି ଗ୍ୟାଙ୍ଗରେ ମୋଟ ୯ ଜଣ ରହିଥିବା ବେଳେ ସେମାନେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ନିଜ କାରନାମା ଚଳାଉଥିଲେ । ବ୍ରହ୍ମପୁର ସହରର ୮ ଜଣ ବରିଷ୍ଠ ନାଗରିକ  ଓ ମହିଳାଙ୍କ ଠାରୁ ସୁନା ଲୁଟ କରିଥିବା ଅଭିଯୋଗ ରହିଛି। ପୁଲିସ ପକ୍ଷରୁ ଗ୍ୟାଙ୍ଗର ମୁଖିଆକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।  ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାପାଇଁ  ପୁଲିସର ଏକ ଟିମ କର୍ଣ୍ଣାଟକ ଯାଇଥିବା ଏସପି ପ୍ରଭାତ ରାଉତରାୟ କହିଛନ୍ତି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories