www.samajalive.in
Tuesday, December 9, 2025
19.1 C
Bhubaneswar

ଗ୍ରାମ୍ୟ ଆଇନ ସେବା ଏବଂ ସହାୟତା କେନ୍ଦ୍ର ଉଦଘାଟିତ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅଡବା, ଚନ୍ଦ୍ରଗିରି ଓ ଗୋବିନ୍ଦପୁରରେ ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି। ମୋହନା ଜେଏମଏଫସି ଅଦାଲତର ବିଚାରପତି ମନୋଜ କୁମାର ମହାନ୍ତିଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲା ଜର୍ଜ ବିଶ୍ୱଜିତ୍‍ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଆଇନ ସହାୟତା କେନ୍ଦ୍ରରେ ଜନସାଧାରଣଙ୍କ ମଙ୍ଗଳକାରୀ ସେବା, ଉତ୍ତମ ସେବା, ସାମ୍ବିଧାନିକ ଅଧିକାର, ଯୋଜନା ଓ ଆଇନଗତ ସହାୟତା ସମ୍ପର୍କରେ ବିଭିନ୍ନ ସହଯୋଗ ପାଇପାରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମୋହନା ବିଡିଓ ବଂଶିଧର ଖୋସଲା, ଅଡବା ଥାନା ଅଧିକାରୀ ଅଜୟ ବାରିକ, ଓକିଲ ସଂଘ ସଭାପତି ସିମାଞ୍ଚଳ କାର୍ଯୀ, ସମ୍ପାଦକ ଜିତେନ୍ଦ୍ର ରଥଙ୍କ ସମେତ ସମସ୍ତ ଆଇନଜିବି ଓ ଜନପ୍ରତିନିଥିମାନେ ଯୋଗ ଦେଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories