ଡ୍ୟାନ୍ସ ଦିୱାନେ-୨ ଫାଇନାଲରେ ମୟୂରଭଞ୍ଜ ପୁଅ ଓମ ଶୁଭମ
ଖୁଣ୍ଟା: ଓଡିଶାର ମୟୂରଭଞ୍ଜ ଜିଲାର ଓମ ଶୁଭମ ମହାପାତ୍ର କଲର୍ସ ହିନ୍ଦୀ ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଦିୱାନେ-୨ ନୃତ୍ୟ ଭିତ୍ତିକ ରିଅଲିଟି କାର୍ୟ୍ୟକ୍ରମରେ ଫାଇନାଲରେ ପ୍ରବେଶ କରିଛନ୍ତି। ଦର୍ଶକଙ୍କ ଭୋଟିଂ ଉପରେ ପ୍ରତିଯୋଗୀମାନଙ୍କ ଭାଗ୍ୟ ନିର୍ଭର କରୁଥିବା ବେଳେ ଶୁଭମ ମହାପାତ୍ରଙ୍କର ଭାଗ୍ୟ ଏବେ ରାଜ୍ୟ ବାସୀଙ୍କ ହାତରେ।
ମାତ୍ର ୧୦ ବର୍ଷ ବୟସରେ ସେ ନିଜର ନୃତ୍ୟ ପ୍ରଦର୍ଶନରେ ମାଧୁରୀ ଦିକ୍ଷୀତ, ତୁଷାର ଓ ଶଶାଙ୍କ ଓ ଅନ୍ୟ ଅତିଥି ମାନଙ୍କ ଦ୍ୱରା ଉଚ୍ଚ ପ୍ରଶଂସିତ ହୋଇଆସିଛନ୍ତି। ୪ମାସରୁ ଅଧିକ ସମୟ ସେ ମୁମ୍ବଇରେ ରହି ନିଜକୁ ପ୍ରସ୍ତୁତ କରିଆସୁଥିବା ବେଳେ ଜଣେ ଓଡିଆ ପୁଅ ଭାବେ ସେ ଫାଇନାଲରେ ପ୍ରବେଶ କରିବା ରାଜ୍ୟବାସୀଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି। ଏହି ଅବସରରେ ମୁମ୍ବଇରୁ ଥାଇ ତାଙ୍କୁ ଫାଇନାଲରେ ଜିତାଇବାକୁ ଓଡିଶାବାସୀଙ୍କ ଆଶିର୍ବାଦ ଲୋଡିଛନ୍ତି ଶୁଭମ।